୩ ସନ୍ଦିଗ୍ଧଙ୍କ ଫଟୋ ଜାରିକଲା ପୋଲିସ

0 152

ଯାଜପୁର,୧୭ା୫(ଏସଏସନିଉଜ) ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍ କରିଥିବା ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି୧୫ କିାଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି।ତେବେ ଡକାୟତମାନେ ସୋ’ରୁମ୍‌ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରମାନଙ୍କ ହାଡ୍‌ଡିସ୍କ ଖୋଲି ନେଇଥିବାବେଳେ ଗୋଟିକର ଛାଡିଦେଇଥିଲେ ।ଯାହାରଆଧାରରେ ପୋଲିସ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ମଧ୍ୟରୁ ୩ଜଣଙ୍କ ଫଟୋକୁ ଟ୍ରାକ୍ କରିପାରିଛି ପୋଲିସ ।ଅନ୍ୟପଟେ ଏମାନଙ୍କୁ ଧରିବାପାଇଁ ଏସପିଙ୍କ ନେତୃତ୍ୱରେ ୮ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ କରାଯାଇ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଥିବାର ଜଣାପଡିଛି ।

Leave A Reply

Your email address will not be published.