୪ ସୁନାଚେନ ଲୁଟେରାକୁ ଧରିଲା ଜଟଣୀ ପୋଲିସ

0 192

ଜଟଣୀ,୩/୧୦(ଏସ ଏସ ନିୟୁଜ)ଜଟଣୀ ଥାନା ପୋଲିସ ୪ଜଣ ସୁନାଚେନ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ଚନ୍ଦନ ନାୟକ (ବାଲୁଆ ), ଭଗବାନ ନାୟକ (ଟିକିଆ ), ମହାବୀର ମଲ୍ଲ ଓ ସହଯୋଗକାରି ସୁଦାମ ସାହୁ ।ସୁନା ଚେନ ଲୁଟେରା
ଗତକିଛିଦିନ ହେବ ଜଟଣୀ ଅଞ୍ଚଳରେ ଆତଙ୍କ ସୃଷ୍ଟିକରିଥିଲେ ।
ଗତ ୧୭ ତାରିଖରେ ରାତିରେ ଗୀତାଞ୍ଜଳି ସାହୁ ସୀତାରାମ ଛକରେ ଯାଉଥିବା ସମୟରେ ଦୁଇ ଅପରାଧୀ ତାଙ୍କୁ ପିଛା କରି ବେକରୁ ସୁନା ଚେନ ଛଡାଇ ନେଇଥିଲେ । ସେହିପରି ଗତ ୨୭ ତାରିଖ ରେ ଡେଲାଙ୍ଗ ଅଞ୍ଚଳର ଫକୀର ଚରଣ ନାୟକ ତାଙ୍କ ପତ୍ନୀ ଏବଂ ଛୋଟ ଶିଶୁଙ୍କ ସହ ମୋଟର ସାଇକେଲରେ ଯାଉଥିବା ବେଳେ ଜଟଣୀ ଆନ୍ଧ୍ର ବ୍ୟାଙ୍କ ରାସ୍ତାରେ ଦୁଇ ଅପରାଧୀ ପିଛା କରି ତାଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ଯାହା ପୋଲିସ ପାଇଁ ଚିନ୍ତାର କାରଣ ସାଜିଥିଲା ।ଶେଷରେ ପୋଲିସ ହାତରେ ଧରପଡିଥିଲେ ।୪୭୮/୨୧କେଶ ନମ୍ବରରେ ଏକ ମକଦମା ରୁଜୁକରି ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଚେନ ଜବତ କରିଛି ।

Leave A Reply

Your email address will not be published.