୫୦,୫୧,୫୨,୫୩,୫୪ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି : ଜାଣନ୍ତୁ ଓ ସତର୍କ ହୁଅନ୍ତୁ

0 289

ଭୁବନେଶ୍ବର:୧୨/୪(ଏସଏସଏନ୍) ଏପ୍ରିଲ ମାସ ୧୦ ଓ ୧୧ ତାରିଖରେ ଚିହ୍ନଟ ହୋଇଥିବା  ୫୧,୫୨,୫୩ ଓ ୫୪ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ର ସୂଚନା ଦିଆଯାଇଛି ।

ସୁଚନା ମୁତାବକ ୫୦ ନଂ ଆକ୍ରାନ୍ତ ୨୨ ବର୍ଷର ଯୁବକଙ୍କ ଘର ୟୁନିଟ୍-୪ ମଧୁସୂଦନ ନଗରରେ । ମଧୁସୂଦନ ନଗରର ପ୍ରଥମ ଆକ୍ରାନ୍ତ ବ୍ୟକ୍ତି(କେସ୍ ନଂ ୪୧)ଙ୍କର ସଂସ୍ପର୍ଶରେ ରହି ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘର ବୁଲିଛନ୍ତି । ମାର୍ଚ୍ଚ ୧୮ ରୁ ୨୦ ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅର୍ନ୍ତଗତ ବଡ଼ହନ୍ତୁଡ଼ା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ୍ ମଧ୍ୟରେ ସେ ୟୁନିଟ୍-୩, ଷ୍ଟେସନ୍ ସ୍କୋୟାର୍, ସତ୍ୟନଗର ଏବଂ ଝାରପଡ଼ାରେ ଥିବା ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି । ୪୧ ନଂ ଆକ୍ରାନ୍ତଙ୍କ କଣ୍ଟାକ୍ଟ କେସ୍ ଭାବେ ଏପ୍ରିଲ୍ ୧୦ ତାରିଖରେ ତାଙ୍କର ସାମ୍ପଲ୍ ଟେଷ୍ଟ ହୋଇ ପଜିଟିଭ୍ ବାହାରିଥିଲା । ସେହିଦିନ ତାଙ୍କୁ କିମସ୍ କୋଭିଡ୍ ହସ୍ପିଟାଲ୍ କୁ ଅଣାଯାଇଥିଲା ।

୫୧ ନଂ ଆକ୍ରାନ୍ତ ହେଉଛନ୍ତି ସୁନ୍ଦରଗଡ଼ ମାଲେ ବିଶ୍ରାର ୬୭ ବର୍ଷର ବ୍ୟକ୍ତି । ତାଙ୍କର ଦିଲ୍ଲୀ ନିଜାମୁଦ୍ଦିନ୍ ଲିଙ୍କ୍ ଅଛି । ମାର୍ଚ୍ଚ ୫ ରେ ଉକ୍ରଳ ଏକ୍ସପ୍ରେସ୍ ଯୋଗେ ରାଉରକେଲା ଛାଡ଼ିଥିଲେଚ ୬ ରୁ ୧୦ ତାରିଖ ସେ ଦିଲ୍ଲୀ ନିଜାମୁଦ୍ଦିନ୍ ଯାଇଥିଲେ । ମାର୍ଚ୍ଚ ୧୦ ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଯେଗେ ନିଜାମୁଦ୍ଦିନ୍ ରୁ ବିଳାସପୁର ଆସିଥିଲେ । ମାର୍ଚ୍ଚ ୧୧ ରେ ବିଳାସପୁରରୁ ଅନ୍ୟ ଟ୍ରେନ୍ ଯୋଗେ ରାଉରକେଲା ଷ୍ଟେସନ୍ ରେ ପହଞ୍ଚିଥିଲେ । ଷ୍ଟେସନ୍ ରୁ ଏକ ଯାତ୍ରୀବାହୀ ଅଟୋ ଯୋଗେ ବିଶ୍ରା ଆସିଥିଲେ । ମାର୍ଚ୍ଚ ୧୨ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ସେ ବିଶ୍ରାରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଥିଲେ । ଏପ୍ରିଲ୍ ୨ ରେ ତାଙ୍କୁ ରାଉରକେଲାସ୍ଥିତ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଅଣାଯାଇ ୧୧ ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ୧୧ ତାରିଖରେ ତାଙ୍କର ନମୁନା ପଜିଟିଭ୍ ବାହାରିବା ପରେ ରାଉରକେଲା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।

୫୨ ନଂ ଆକ୍ରାନ୍ତ ୧୮ ବର୍ଷର ଯୁବକ ବି ସେହି ସୁନ୍ଦରଗଡ଼ ବିଶ୍ରାର । ମାର୍ଚ୍ଚ ୧୦ ରେ ସେ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୧୦ ରେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଆସିଥିଲେ । ମାର୍ଚ୍ଚ ୧୧ ତାରିଖରେ ସେ ରାଉରକେଲାରେ ପହଞ୍ଚି ଏକ ଅଟୋ ଧରି ବିଶ୍ରା ଆସିଥିଲେ । ମାର୍ଚ୍ଚ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ବିଶ୍ରାର ଆସିୟାନା ମସଜିଦ୍ ରେ ରହିଥିଲେ । ମାର୍ଚ୍ଚ ୧୪ ରୁ ଏପ୍ରିଲ୍ ୫ ପର୍ଯ୍ୟନ୍ତ ସୁନ୍ଦରଗାଁ ବାନର ନିକଟସ୍ଥ ମସଜିଦ୍ ରେ ରହିଥିଲେ । ଏପ୍ରିଲ୍ ୫ ତରେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଅଣାଯାଇଥିଲା । ସେଠାରେ ୧୧ ତାରିଖ ପର୍ଯ୍ୟନ୍ତ ରହିଥିଲେ । ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଚିକିତ୍ସା ପାଇଁ ୧୧ ତାରିଖ ଦିନ ରାଉରକେଲା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।

୫୩ ନଂ ଆକ୍ରାନ୍ତ ୪୬ ବର୍ଷର ବ୍ୟକ୍ତିଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଝାରପଡ଼ାର ୪୨ ନଂ ଆକ୍ରାନ୍ତଙ୍କ ଅତି ନିକଟ ସମ୍ପର୍କୀୟ । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି କହୁଛି, ସେ ସହିଦନଗର ଅନ୍ତର୍ଗତ କେଶୁରା ବଙ୍କୁଆଳରେ ମାର୍ଚ୍ଚ ୨୫ ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ଥିଲେ । ଏମସ୍ ରେ ଚିକିତ୍ସିତ ସମ୍ପର୍କୀୟ( ୪୨ ନଂ ଆକ୍ରାନ୍ତ) ଙ୍କର ଆଟେଣ୍ଟାଣ୍ଡ ରହି ଏପ୍ରିଲ୍ ୪ ରୁ ୬ ପର୍ଯ୍ୟନ୍ତ ଦେଖାଶୁଣା କରିଥିଲେ । ଏପ୍ରିଲ୍ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ରେ ରହିଲେ । ଏପ୍ରିଲ୍ ୧୧ ରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଲାପରେ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ।

୫୪ ନଂ ଆକ୍ରାନ୍ତ ଜଣେ ୧୭ ବର୍ଷର ଯୁବତୀ । ଘର କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ନଲଦିଆ ଗାଁ । ମାର୍ଚ୍ଚ ୨୯ ରେ ସେ କୋଲକତାରୁ ଏକ ଆମ୍ବୁଲାନସ୍ ରେ ବାଲେଶ୍ୱର ଓ ଭଦ୍ରକ ଦେଇ ଗାଁ କୁ ଆସିଥିଲେ । ଭଦ୍ରକର ୪୩ କିମି ପୂର୍ବରୁ ଏକ ଚା ଦୋକାନରେ ଚା ପିଇଥିଲେ । ମାର୍ଚ୍ଚ ୩୦ ରୁ ଏପ୍ରିଲ୍ ୧୧ ଯାଏଁ ସେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଏପ୍ରିଲ୍ ୧୧ ରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଲା । ଏବେ ସେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସତ ହେଉଥିବା ସୁଚନା ମିଳିଛି  ।

Leave A Reply

Your email address will not be published.