ଥରିଲା ଦିଲ୍ଲୀ

0 469

ଭୁବନେଶ୍ବର:୧୨/୪(ଏସଏସଏନ୍) ଥରିଲା ଦେଶର ରାଜଧାନୀ ଦିଲ୍ଲୀ । ଗୋଟିଏ ପଟେ ମହାମାରୀ କରୋନା ଭୁତାଣୁ କୁ ନେଇ ଚିନ୍ତାରେ ଦିଲ୍ଲୀବାସୀ ରହିଥିବା ବେଳେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପର ଝଟକା ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ୩. ୫ ତ୍ରୀବତାର ଭୂକମ୍ପ ଏହି ଅଞ୍ଚଳରେ ଅନୁଭୂତ ହୋଇଛି । ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୬ଟା ସମୟରେ ଭୁମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଅଞ୍ଚଳରେ ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୂମିକମ୍ପର ଅନୁଭବ କରିଥିଲେ । ପୂର୍ବ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

Leave A Reply

Your email address will not be published.