୨୦୨୬ମସିହା,ଅଗଷ୍ଟମାସ,୨୪ତାରିଖ,ସୋମବାର,ଉକ୍ତଳେ ସର୍ବତ୍ର ଝୁଲଣଯାତ୍ରା, ସର୍ବବୈଷ୍ଣବ ସମ୍ମତ ବ୍ୟଞ୍ଜୁଳୀ ମହାଦ୍ୱାଦଶୀ, ଏକାଦଶ୍ୟୁପବାସ, ବିଷ୍ଣୁ ପବିତ୍ରାରୋପଣ,ଶରGଣ ଆରମ୍ଭ ।ବିବବିଧ-ରାତ୍ରି ଘ୩/୪୫ମି ପରେ ଶରଣ ପଞ୍ଚକାରମ୍ଭ,ତୃଣକାଷ୍ଠଚ୍ଛେଦନ ନିଷେଧ,ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/ ୩୨/୪୦🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୫/୪୦ଶ୍ରାବଣ ମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବାଦଶୀ ଦ୬୦(ଅହୋରାତ୍ର)।ପ୍ରୀତିଯୋଗ ଦିବାଘ୮/୨୩ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ,କରଣ-ବବକରଣ ଅପରାହ୍ନ ଘ୫/୧୬ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ନିଶାନ୍ତ ଘ୫/୩୩ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ,ଅଗନ୍ତବ୍ୟତିଥି,ପାପସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୩/୪୫ମିପରେ ମେଷ,ବୃଷ, କର୍କଟ, କନ୍ୟା,ବିଛା,ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-ତୁଳା ଓ କୁମ୍ଭରାଶିର ଏବଂ ରାତ୍ରି ଘ୩/୪୫ମି ପରେ ସିଂହ ରାଶିର ଘାତଚନ୍ଦ୍ର,ଘାତବାର-ମିଥୁନରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୯/୯ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- ପୂତିକା(ପୋଇଶାଗ)/ମସୁରଭକ୍ଷଣ ନିଷେଧ
ଅଶୁଭବେଳା-(କାଳବେଳା)ଦିବା ଘ୭/୮ମିରୁ ଘ୮/୪୧ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୨/୫୪ମି ରୁ ଘ୪/୨୭ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧୦/୨୦ମି ରୁ ଘ୧୧/୪୭ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୦ମି ମଧ୍ୟେ, ଘ୧୦/୨୩ମି ରୁ ଘ୧୨/୪ମି ମଧ୍ୟେ, ରାତ୍ରି ଘ୬/୪୭ମି ରୁ ଘ୯/୧୧ମି ମଧ୍ୟେ, ଘ୧୧/୩୫ମି ରୁ ଘ୨/୪୭ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ଦିବା ଘ୩/୧୧ମି ରୁ ଘ୪/୪୭ମି ପର୍ଯ୍ୟନ୍ତ,ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୧ ପାଦ ତିଥି ପୁଷ୍କରଦୋଷ,ଫଳଂ ଗୋପଶୁ ସମ୍ପଦର ହାନି ଓ ଅନ୍ନବସ୍ତ୍ର ଦାନ ।ରାତ୍ରି ଘ୯/୯ମି ପରେ ୨ପାଦ ତିଥି ଓ ନକ୍ଷତ୍ର ପୁଷ୍କରଦୋଷ,ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୯/୯ମିମଧ୍ୟେ ସାତମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀ ବିଧବା, ପୀତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ,ଶାନ୍ତି କରଣୀୟ।ରଜଶ୍ଚକ୍ରେ ପୁତ୍ରିଣୀ,ଶୁଭକର୍ମ- ନାସ୍ତି ।
🐐ମେଷ👉ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ।ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ।ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗୀତ,ଚଳଚ୍ଚିତ୍ର ଓ ରଚନାମତ୍କକାର୍ଯ୍ୟରେ ଅଗ୍ରଗତି ଘଟିବ।ପଡୋଶୀ ଈର୍ଷାନ୍ବିତ ହୋଇ ସାଧାରଣ କଥାରେ କଳହ କରିପାରନ୍ତି।
🐂ବୃଷ👉ଶାରୀରିକ ସ୍ବାସ୍ଥ୍ୟହାନି,ବନ୍ଧୁମାନଙ୍କ ବେଖାତିର ମନୋଭାବ ଓ ଅର୍ଥସଙ୍କଟଜନିତ ମନ ଅଶାନ୍ତ ରହିବ।ପରିସ୍ଥିତି ଅନୁଯାୟୀ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାଯର୍ୟର ଗତି ମନ୍ଥରହେବ।ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
👩❤️👨 ମିଥୁନ👉କାର୍ଯ୍ୟସିଦ୍ଧି ସାଙ୍ଗକୁ ଜମିଜମା କାରବାରରେ ଆଶା ପୂରଣ ହେବ। ବିଭିନ୍ନ ସମସ୍ୟା ଲାଗିରହିଥିଲେ ମଧ୍ୟ କାମଗୁଡିକ ଠିକ୍ ସମୟରେ କରିପାରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ଅର୍ଥାଭାବ କେତେକ କାମକୁ ସାମୟିକ ଅଟକାଇ ଦେବାର ଆଶଙ୍କା ରହିଛି।
🦀କର୍କଟ👉ଆଜିର ଗ୍ରହଯୋଗ ପ୍ରଭାବରୁ ପରିବାରର ସମର୍ଥନ ନେଇ କୌଣସି କାମରେ ଅଗ୍ରସର ହେବେ।ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିସ୍ଥିତିବଶତଃ କାମରେ ଅବହେଳା କରିପାରିବେନାହିଁ। ତଥାପି ଏମିତି କେତେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ବ୍ୟବସାୟିକ ସ୍ଥିତି ସୁଦୃଢରହିବ କିନ୍ତୁ ରାଜନୈତିକ ସ୍ଥିତି ସରଗରମ ରହିବ।
🦁 ସିଂହ👉ସ୍ବଗୃହୀ ରବିହେତୁ ଦେହ ଭଲ ରହିବ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ହେବେ।ସରକାରୀ ସ୍ତରରୁ ସାହାଯ୍ୟ,ସହଯୋଗ ପାଇବାର ଆଶା ରହିଛି। ପାପଯୁକ୍ତ ବୁଧହେତୁ ଆର୍ଥିକ ଅନଟନ,ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବଢ଼ିବ।ଦୀର୍ଘ ସମୟପରେ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ।
🧕କନ୍ୟା👉ସବୁ ସୁବିଧାଥାଇ ମଧ୍ୟ ପାରିବାରିିକ ଜୀବନରେ ମାନସିକଶାନ୍ତିର ଅଭାବ ରହିବ। କର୍ମକ୍ଷେତ୍ରର ଅପୂରଣୀୟ ଆଶା ନିରାଶାଭାବ ସୃଷ୍ଟି କରିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହୋଇପାରନ୍ତି। ଗୃହ ନିର୍ମାଣ କିମ୍ବା ମରାମତି ଅଥବା ସଜ୍ଜାରେ ପାଖ,ପଡୋଶୀଙ୍କ ନିକଟରୁ ସାହାଯ୍ୟ ମଧ୍ୟ ପାଇବେ।
⚖️ତୁଳା👉ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନଥିଲେ ମଧ୍ୟ ଆଜି କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ପରାମର୍ଶରେ ଏକପ୍ରକାର ସମାଧାନର ରାସ୍ତା ବାହାର କରି ପରିବାରରେ ଶାନ୍ତି ଫେରି ଆସିବାପାଇଁ ଚେଷ୍ଟା କରିବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
🦂ବିଛା👉ପ୍ରତ୍ୟେକକ୍ଷେତ୍ରରେ ମନ ଅନୁଯାୟୀ କାମ ନ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ। ଆବଶ୍ୟକତା ପୂରଣ କ୍ଷେତ୍ରରେ କରଜ କରି ଚଳାଇ ନେବେ। କ୍ରୀଡ଼ା, ଲେଖାପଢ଼ା,ସାହିତ୍ୟ,ସାମ୍ବାଦିକତାକ୍ଷେତ୍ରରେ ସଫଳତା ମିଳିପାରେ। ପ୍ରିୟଜନଙ୍କ ସହ ଅର୍ଥସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବାର ସୂଚନା ରହିଛି।
🏹ଧନୁ👉କର୍ମାରମ୍ଭ, ବନ୍ଧୁମିଳନ, ପାରିବାରିକ,ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।କଠୋର କଥାକହି କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତଦେବ।ଅଫିସ୍ କାମରେ ବ୍ୟସ୍ତ ରହି ଘରର ଆବଶ୍ୟକତା ପୂରଣ କଥାକୁ ଭୁଲି ଯାଇପାରନ୍ତି।ରାଜନୀତି,ପ୍ରଶାସନିକ ସ୍ତରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ।
🐊ମକର👉କର୍ମ ପରିସର ବୃଦ୍ଧି କାରଣରୁ ଘରର ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ବିଳମ୍ବ ଘଟିବ।ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗପାଇଁ ଚେଷ୍ଟା କରି ଉପକୃତହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତହେବେ।ହଠାତ୍ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି।
🏺କୁମ୍ଭ👉ଆଜି ଆମତ୍ୀୟମାନଙ୍କ ସହଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ।ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।ଅନ୍ୟମାନଙ୍କର ପ୍ରତିବନ୍ଧକ ଯୁକ୍ତ କାମ ଆପଣଙ୍କ କୌଣସି କାମକୁ ଅଟକାଇ ପାରିବନାହିଁ।ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
🐟ମୀନ👉ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ବନ୍ଧୁଙ୍କସାହାଯ୍ୟ, ସହଯୋଗରେ କାମକୁ ଆଗେଇ ନେବେ।ପରିବାରରେ ଅସନ୍ତୁଷ୍ଟ ରହିଥିବା ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟହେବେ।ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ। ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ମତାନ୍ତରଜନିତ ଝଗଡା ଲାଗିପାରେ।
🕉️ନୀତିବାଣୀ🕉️
ସେଥିପାଇଁ ଆମେ ସଜାଗ ହୋଇବା
ଅପରିଚିତକୁ ଦେଖି,
ବିଶ୍ଵାସରେ ବିଷ ଭରି ଦେବେ ସେତ
କେହି ନ ପାରିବେ ରଖି…
ସୂର୍ଯ୍ୟମୁଖୀ ଫୁଲ ପାଖରୁ ଆପଣ ଏକାଗ୍ରତା ଶିଖିପାରିବେ।
କାହା ଆଗରେ କେବେବି ନିଜର ଶତୃ ବିଷୟରେ କହିବନାହିଁଁ କିମ୍ବା କାହା ସହିତ ଶତୃତା ଅଛି କାହାଆଗରେ ପ୍ରକାଶ କରିବ ନାହିଁଁ ।ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।
ଯଦି ତୁମର ଏକୁଟିଆ ଚାଲିବାର Strength ଅଛି ତ ଜାଣି ନିଅ ଦିନେ ତୁମପଛରେ ଭିଡ଼ ଜମା ହେବ।
ପ୍ରତିଦିନ ସକାଳେ ଖାଲିପେଟରେ କେବଳ ୩ଟି ଜିନିଷର ସଠିକ୍ ବ୍ୟବହାର କରି ଆପଣ ନିଜକୁ ଦିନସାରା ସୁସ୍ଥ ଏବଂ ସତେଜ ରଖିପାରିବେ।
ଆସନ୍ତୁ ଜାଣିବା କିପରି:-
🧠୧.ବାଦାମ ଏବଂ ଅଖରୋଟ: ପ୍ରତିଦିନ ସକାଳେ ଉଠିବାମାତ୍ରେ ୧ଟି ଭିଜା ବାଦାମ ଏବଂ ୧ଟି ଭିଜା ଅଖରୋଟ(walnut)ଖାଆନ୍ତୁ।ଏହା ଆପଣଙ୍କ ସ୍ମରଣଶକ୍ତି ବୃଦ୍ଧିକରିବାରେ ଏବଂ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ବହୁତ ସାହାଯ୍ୟ କରେ।
🍯୨.ମହୁ ଏବଂ ଉଷୁମପାଣି:-ତାପରେ ୧ଚାମଚ ମହୁକୁ ଏକ ଗ୍ଲାସ୍ ଉଷୁମ ପାଣି ସହିତ ମିଶାଇ ପିଅନ୍ତୁ।ଏହା ଆପଣଙ୍କ ପେଟକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ ଏବଂ ହଜମକ୍ରିୟାକୁ ଉନ୍ନତ କରେ।
🍵୩. ଅଳେଇଚ କିମ୍ବା ତୁଳସୀପତ୍ର:-ଶେଷରେ,ଦିନସାରା ଅଳସୁଆମି ଦୂର କରିବା ପାଇଁ ୧ଟି ଅଳେଇଚ (cardamom)କିମ୍ବା ତୁଳସୀପତ୍ର ଚୋବାଇ ଖାଆନ୍ତୁ।ଏହା ଶରୀରକୁ ସତେଜ ରଖିବାସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

ଆଜିର ରାଶିଫଳ
Prev Post
