୬ଜଣିଆ ଡକାୟତି ଦଳକୁ ଧରିଲା ନନ୍ଦନକାନନ ଥାନା ପୋଲିସ

ବାରଙ୍ଗ,୧୪।୬(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୬ଜଣିଆ ଡକାୟତି ଦଳକୁ ଧରିବାରେ ସକ୍ଷମ ହୋଇଛି ନନ୍ଦନକାନନଥାନା ପୋଲିସ ।ସେମାନେ ହେଲେ କଲ୍ୟାଣପୁରଗ୍ରାମର ସୁଶୀଲ କୁମାର ସାହୁ(୩୪)ଓରଫ ଗଣେଶ,ସନ୍ତୋଷ ବେହେରା ଓରଫ ସନ୍ତୁ(୩୨),ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୩୫),ମନୋଜ ସ୍ୱାଇଁ ଓରଫ ମୁନା(୨୮),ପ୍ରତାପ ସ୍ୱାଇଁ (୪୫),ଫତେଗଡ଼ ବାଣପୁରର ଗଣେଶ ଜେନା (୨୩)।ପୋଲିସ ସେମାନଙ୍କଠାରୁ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ,ଦୁଇଟି ଗୁଳି ଏବଂ ଚାରୋଟି କାର୍ଟ୍ରିଜ୍,ଗୋଟିଏ ଖଣ୍ଡା,ଗୋଟିଏ ତେଲେଙ୍ଗା କଟୁରୀ,ଦୁଇଟି ଲୁହାରଡ୍ ,ଓଡ଼ି ୦୨ସି ଏମ ୯୧୭୯ନମ୍ୱର କଳା ରଙ୍ଗର ସ୍କୋର୍ପିଓ, ଓଡ଼ି ୩୩ଏ ଏଫ୍ ୪୮୯୬ନମ୍ୱରନୀଳରଙ୍ଗରୟାମହା ,ଓଡ଼ି ୩୩ଏଏ ୧୫୬୧ ନମ୍ୱର ଗୋଟିଏ ଲାଲ ଏବଂ କଳାରଙ୍ଗର ହିରୋ ଗ୍ଲାମର ଓ ଛଅଟିମୋବାଇଲ୍ ଫୋନ୍‌ ଜବତକରିଛି।ପୋଲିସ ୨୨୨/୨୫କେସନମ୍ୱରରେ ଏକ ମକଦ୍ଦମା ରୁଜୁକରି ଶନିବାରଦିନ ସେମାନଙ୍କୁ କୋର୍ଟଚାଲାଣ କରିଛି।

ପ୍ରକାଶଯେ,ନନ୍ଦନକାନନ ଥାନା ପୋଲିସର ଏକ ସ୍ବତନ୍ତ୍ରଟିମ୍ ଗଠନ କରାଯାଇ ରଜ ପାଇଁ ବିଭିନ୍ନ ଆଡ଼େ ଚଢାଉ କରିଥିଲେ।ଡକାୟତି କରିବା ଯୋଜନାରେ କଲ୍ୟାଣପୁର ନଦୀପଠାରେ କେତେଜଣ ଏକାଠି ହୋଇଥିବାର ନନ୍ଦନକାନନଥାନାକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଏହାପରେ ଥାନା ଅଧିକାରିଣୀ ସମୀତା ମିଶ୍ରଙ୍କ ନେତୃତ୍ବରେ ଏକ ବ୍ରହ୍ମରାଜ ପଟେଲ,ଆର୍ତବଲ୍ଲଭ କର,ଶୁଚିତ୍ର କୁମାର ବେହେରା, ମମତା ବସ୍ତିଆ ପ୍ରମୁଖ ଏକ ଦଳ କଲ୍ୟାଣପୁର ନଦୀପଠାରେ ଚଢାଉ କରିଥିଲେ।ସେଠାରୁ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ
ସୁଶିଲ କୁମାର ସାହୁ ଓରଫ ଗଣେଶଙ୍କ ସମେତ ତାର ୫ଜଣ ସହଯୋଗୀକୁ ଧରିବାରେ ସକ୍ଷମ ହୋଇଥିଲେ।ଏମାନେ ମଞ୍ଚେଶ୍ୱର୍ ଥାନା ଅଂଚଳରେ ଡକାୟତି କରିବା ପାଇଁ ଯୋଜନା କରି ଏକାଠି ହୋଇଥିଲେ।ପୋଲିସ ତଦନ୍ତ ବେଳେ କେବଳ ନନ୍ଦନକାନନ ଥାନାରେ ସୁଶୀଲ କୁମାର ସାହୁ ଓରଫ ଗଣେଶଙ୍କ ନାମରେ ନନ୍ଦନକାନନ ଥାନାରେ ୪ଟି କେସ ଓ ପ୍ରତାପ ସ୍ୱାଇଁଙ୍କ ନାମରେ ନନ୍ଦନକାନନ ଥାନାରେ ୫ଟି ଡକାୟତି କେସ ଆଗରୁ ଥିବାର ଜାଣିବାକୁ ପାଇଛି ବୋଲି ଆଜି ଖବରଦାତା ସମ୍ମିଳନୀରେ ଜୋନ-୬ ଏସିପି ଦାୟିତ୍ଵରେ ଥିବା ଆଈପିଏସ ଅଫିସର ସୋନାଲି ସିଂ ପରମାର ସୂଚନା ଦେଇଛନ୍ତି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.