ବାରଙ୍ଗ , ୧୩।୬(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରଜ ପର୍ବ ପାଳନ କରାଯାଇଥିଲା ।ପ୍ରାରମ୍ଭରେ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ,ଏବଂ ପୋଡ଼ପିଠା ବଣ୍ଟନ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଓଡିଶାରେ ରଜ ପର୍ବର ପାଳନର ପୌରାଣିକ ଭିତ୍ତିଭୂମି ସହ ଆୟୁର୍ବେଦ ସମ୍ବନ୍ଧ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଫେସର ଲକ୍ଷ୍ମୀପ୍ରିୟା ଦେବୀ ପୃଥିବୀମାତାର ରଜସ୍ବଳା ସହ ଆମ ସାମାଜିକ ଜୀବନ ସମ୍ବନ୍ଧୀୟ ଉପାଦେୟତା ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ ସମସ୍ତଙ୍କୁ ଧନୀକାଦ ଅର୍ପଣ କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)
