ପହିଲିରଜରେ ବଢ଼ିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ)ପହିଲି ରଜରେ ନନ୍ଦନକାନନ ବୁଲିଲେ ୨୩୦୮୦ ପର୍ଯ୍ୟଟକ। ସେହିପରି ରାଜ୍ଯ ଉଦ୍ଭିଦ ଉଦ୍ୟାନ ବୁଲିଲେ ୧୭୭୬ ପର୍ଯ୍ୟଟକ।ଉଭୟ ପାର୍କକୁ ସମୁଦାୟ ୨୪ହଜାରେ ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମରଜରେ ୧୭୪୪୬ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।ଗତବର୍ଷ ପହିଲିରଜ ଠାରୁ ଚଳିତବର୍ଷ ୫୬୩୪ ଜଣ ପର୍ଯ୍ୟଟକ ଅଧିକଆସିଛନ୍ତି।ପହିଲି ରଜପାଇଁ ପର୍ଯ୍ୟଟକସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକରି ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ସୁବିଧା କରିଥିଲେ।ପର୍ଯ୍ୟଟକମାନଙ୍କସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପାର୍କ କର୍ତ୍ତୃପକ୍ଷଙ୍କ ବ୍ୟାପକ ବ୍ୟବସ୍ଥା କରିଥିଲେ।ସୁରକ୍ଷା ବଜାୟରଖିବା ଏବଂ ପରିଦର୍ଶକଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ଶିଳ୍ପ ସୁରକ୍ଷାବାହିନୀ ଏବଂ ପୂର୍ବତନସେନା କର୍ମଚାରୀଙ୍କ ସମେତ ମୋଟ ୧୦୬ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇ ଥିଲା।ଖରା ଓ ଗୁଳୁ ଗୁଳିକୁ ଆଖିଆଗରେ ରଖି ୧୨ଟି ସ୍ଥାୟୀ ଏବଂ ୨୦ଟି ଅତିରିକ୍ତ ଅସ୍ଥାୟୀ ବିଶ୍ରାମଘର , ୩୨ଟି ପାନୀୟଜଳ ପଏଣ୍ଟର ବ୍ୟବସ୍ତା କରାଯାଇଥିଲା।ଏହା ବ୍ୟତୀତ, ଦିନସାରା ଭିଡ଼କୁ ପରିଚାଳନା କରିବା ପାଇଁ ୩୨ଜଣ ଚିଡ଼ିଆଖାନା ସ୍ୱେଚ୍ଛାସେବୀ, ଓ ଡିଆରଏଫ୍ ଦଳ ଏବଂ ଡାକ୍ତରୀଦଳ ଉପସ୍ଥିତ ଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.