୭୨ଘଂଟା ସଟ୍‌ଡାଉନ ହେଲା ଦାଢାପାଟଣା ଓ ପାଖ ବଜାର

0 293

ବାରଙ୍ଗ,୧୧/୮(ଏସ୍‌.ଏସ୍‌.ନିୟୁଜ) କଟକ ଉପକଣ୍ଠ ବାରଙ୍ଗ ରେ ଏବେ କରୋନାର ଭୟ ଦେଖିବାକୁ ମିଳିଛି । ଗ୍ରାମାଚଂଳ ପରିବେଷ୍ଟିତ ବାରଙ୍ଗଅଂଚଳ ର ବିଭିର୍ଣ ଗ୍ରାମରେ ଧିରେଧିରେ କରୋନା ତାର କାୟା ବିିସ୍ତାର କରିଚାଲିଛି ।ବିଶେଷକରି ବାରଙ୍ଗବ୍ଲକର ଦାଢାପାଟଣା ଗ୍ରମପଂଚାୟତର ଦାଢାପାଟଣା ଗ୍ରାମରେ ଏହାଭିତରେ ୧୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବାର ସରପଂଚ ସ୍ୱର୍ଣଲତା ବିଶ୍ୱାଳ କହିଛନ୍ତି ।ଏହାସହିତ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବାର କହିଛନ୍ତି ।ଦାଢାପାଟଣା ଓ ବାରଙ୍ଗ ବଜାର ହେଉଛି ବ୍ୟବସାୟର ପେଣ୍ଠସ୍ଥଳୀ ।ଏହିଦୈନିକ ବଜାର ଉପରେ ଆଖପାଖର ପ୍ରାୟ ୫୦ଖଣ୍ଡ ଗ୍ରାମବାସୀ ନିର୍ଭର କରିଥାନ୍ତି । ତେବେ ଗୋଷ୍ଠି ସଂକ୍ରାମଣ ର ଭୟ ରହିଥିବାରୁ ସରପଂଚ ଗ୍ରାମବାସୀମାନଙ୍କ ସହ ଅଂଚଳର ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ୭୨ଘଂଟିଆ ସଟ୍ ଡାଉନ ମଙ୍ଗଳବାରଦିନ ଘୋଷଣା କରିଛନ୍ତିା ମଙ୍ଗଳବାର ରାତି୧୨ଟାରୁ ଶୁକ୍ରବାରରାତ୧୨ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ ବୋଲି କହିଛନ୍ତି ।ଏହାସହିତ ଡାକବାଜି ଯନ୍ତ୍ର ସାହର୍ଯ୍ୟରେ ଲୋକମାନଙ୍କୁ ମଙ୍ଗଳବାରଦିନ ସଚେତନ କରାଇଛନ୍ତି । କ୍ଷୀର ଓ ଔଷଧ ଦୋକାନକୁ ଛାଡି ଅନ୍ୟସବୁ ଦୋକାନ ବଜାର ବନ୍ଦ ରହିବ ବୋଲି କହିଛନ୍ତି । ଦାଢାପାଟଣା ସମେତ ଷ୍ଟେସନବଜାର,ଆନ୍ଦବଜାର, ସୀତାରାମବଜାର,ତେଲେଙ୍ଗାସାହି, ବଙ୍ଗାଳିସାହି, ଗଦେଇକୁଦ,ଆଦିବାସୀସାହି. ଆଦି ଅଂଚଳରେ ସଟଡାଉନ ନୀୟମ ବଳବତର ରହିବ ବୋଲି ଜଣାପଡିଛି ।ଏହି ସମୟରେ ସମସ୍ତ ପରିବାର ଗୃହ ସଙ୍ଗରୋଧ ରହିବାକୁ କୁହାଯାଇଛି । ସରପଂଚଙ୍କ ପ୍ରତିନିଧି ହେମନ୍ତ ବିଶ୍ୱାଳ ଓ ସମିତିସଭ୍ୟାଙ୍କ ପ୍ରତିନିଧି ନିରଞନ ସାହୁଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ଦଢାପାଟଣା ଗ୍ରାମକୁ ସାନିଟାଇଜ କରାଯାଇଥିବାର ଦେଖିବାକୁ ମିଳିଛି ।
( ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.