ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଷ୍ଟମ ସମାବର୍ତ୍ତନ ଉତ୍ସବ”

ଚନ୍ଦ୍ରଶେଖରପୁର,୧୩/୦୪ (ଏସଏସନିୟୁଜ) ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଷ୍ଟମ ବାର୍ଷିକୋତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶ ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ।ଉକ୍ତ ଉତ୍ସବର ମୁଖ୍ଯ ବକ୍ତା ପ୍ରଫେସର ଡଃ ଶରତ ଚନ୍ଦ୍ର ପରିଡା ଯୋଗ ଦେଇ ଶିଶୁକୁ ଚିହ୍ନିବା ଓ ତାର ପ୍ରତିଭାର ବିକାଶ ହିଁ ପ୍ରକୃତ ଶିକ୍ଷା ବୋଲି ମତବ୍ୟକ୍ତକରିଥିଲେ। ସ୍କୁଲର ଅଧ୍ୟକ୍ଷା ମନପାଲି ଭାଣୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସ୍କୁଲର ସଂପାଦକ  ପ୍ରଦୀପ କୁମାର ପାଣି ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ବିକାଶ ଦିଗରେ ଅଭିଭାବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ଉଭୟେ ପାଠ୍ୟ ଓ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛୋଟଛୋଟ ଛାତ୍ରଛାତ୍ରୀମାନଙ୍କର ନୃତ୍ୟଗୀତରେ ଉପସ୍ଥିତ ଶହ ଶହ ଅଭିଭାବକମାନେ ବିମୋହିତ ହୋଇଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟପ୍ରକାଶ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.