ଦିଲ୍ଲୀରେ ବିସ୍ଫୋରଣ

0 765

ଭୁବନେଶ୍ବର,୨୯/୧(ଏସଏସନିୟୁଜ)ଇସ୍ରାଏଲ ଦୂତାବାସ ନିକଟରେ ଆଜି ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଆଇଡି ବିସ୍ଫୋରଣରେ ୩ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ୩ଟି ଦମକଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ବିସ୍ଫୋରଣରେ ମୃତାହତର କୌଣସି ସୂଚନା ମିଳିପାରି ନାହିଁ । ବିସ୍ଫୋରଣ ଛୋଟ ଧରଣର ହୋଇଥିବା ନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୋଲିସ । ଘଟଣାସ୍ଥଳରେ ସ୍ଫେଶାଲ ସେଲର ଏକ ଟିମ୍ ଉପସ୍ଥିତ ରହିଛି ।

Leave A Reply

Your email address will not be published.