କାୟାକଳ୍ପ ଟିମ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ କାଲେ

0 309

ଡେଲାଙ୍ଗ,୧/୨(ଏସଏସନିୟୁଜ) ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  କାୟାକଳ୍ପ ଟିମ ଅନୁଧ୍ୟାନ କରି ଫେରିଯାଇଛନ୍ତି । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରୁ ୩ଥର କାୟକଳ୍ପ ପୁରଷ୍କାର ପାଇଥିବା ବେଳେ ଏ ବର୍ଷ ମଧ୍ୟ  ଏହି ପୁରସ୍କାର ହଟତଇବାର  ଆଶା ରଖିଛନ୍ତି  ସ୍ୱାସ୍ଥ୍ୟ କେନ୍ଦ୍ର କାର୍ତୁପକ୍ଷ ।ଏହି  ଟିମ ରୋଗୀ ମାନଙ୍କ ସହିତ ସିଧା ସଳକ କଥାବାର୍ତ୍ତା ହେବା ସହ ଆଉଟଡୋରରୁ ଯାଉଥିବା ରୋଗୀ ମାନଙ୍କୁ ସେବା ସଠିକ ମିଳି ପାରୁଛି କି ନାହିଁ , ରାଜ୍ୟ ସରକାର ଯୋଗାଇ ଦେଉଥିବା ମେଡିସିନ ଆଦି ସମ୍ପର୍କରେ ତନ୍ନଖି କରିଥିଲେ । ବିଶେଷକରି ଏହି  ଟିମ ସ୍ୱାସ୍ଥ୍ୟ କେନ୍ଦ୍ର ସେବା, ସ୍ୱଚ୍ଛତା , ଭିତ୍ତିଭୂମି ଆଦି  ମାନଦଣ୍ଡକୁ  କାୟାକଳ୍ପ ଟିମ ପରଖି ଥିଲେ। ଏଥିରେ ଅତିରିକ୍ତ ନିର୍ଦ୍ଦେଶକ ରାଜ୍ୟ ସ୍ୱାସ୍ଥ୍ୟଆସ୍ୟୁରାନ୍ସ ସୋସାଇଟିର ଡ. ଦୀପକ ବିଶୋଇ, ରାଷ୍ଟୀୟ କିଶୋର ସ୍ୱାସ୍ଥ୍ୟ ବିଭାଗର ଡ, ଜ୍ଞନୋରଞ୍ଜନ ପ୍ରଧାନ ପ୍ରମୁଖ ରହିଥିଲେ । ଏହି ଟିମ ମେଡିକାଲ ପରିଦର୍ଶନ କରିବା ସମୟରେ  ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

 

 

Leave A Reply

Your email address will not be published.