ବଜେଟ୍-୨୦୨୧

ଆଜି ସଂସଦରେ ଜାତୀୟ ବଜେଟ ୨୦୨୧-୨୨ ଉପସ୍ଥାପନା ହୋଇଛି

0 318

★ ଶସ୍ତା ହେବ ଲୁହା ଓ ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ , ସୁନା ଓ ରୁପା ଶସ୍ତା ହେବ।
★ ମହଙ୍ଗା ହେଇପାରେ ବିଦେଶୀ ମୋବାଇଲ।
★ ପ୍ରତ୍ୟକ୍ଷ କରରେ ବଡ ସୁଧାର ନେଇ ଘୋଷଣା ।
★ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି । ପେନସନ ପାଉଥିଲେ ଦେବାକୁ ପଡିବନି କୌଣସି ଆୟକର ।
★ ଭାରତରେ କର୍ପୋରେଟ ଟ୍ୟାକ୍ସ ପୂରା ବିଶ୍ୱରେ କମ ।
★ ଜନଗଣନା ପାଇଁ ୩ ହଜାର ୭୬୦ କୋଟି ଟଙ୍କା ଜ୍ଝ ଡିଜିଟାଲ ଜରିଆରେ ହେବ ଜନଗଣନା ।
★ ଚା ଶ୍ରମିକଙ୍କ ପାଇଁ ୧ ହଜାର କୋଟିର ବଗିଚା ।
★ ଜରୁରୀକାଳୀନ ପାଣ୍ଠି ବଢି ୩୦ ହଜାର କୋଟି ହେଲା ।
★ ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହେବ ।
★ ଲେହରେ ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯିବ ।
★ ଗଠନ ହେବ ଉଚ୍ଚଶିକ୍ଷା କମିଶନ ।
★ ୧୫ ହଜାର ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ ।
★ ଡିଜିଟାଲ ପେମେଣ୍ଟ ୧୫୦୦ କୋଟି ।
★ ରିସର୍ଚ୍ଚ ଫାଉଣ୍ଡେସନ ପାଇଁ ୫୦ ହଜାର କୋଟି।
★ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଗୁରୁତ୍ବ, ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ।
★ ଚାଷୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ ।
★ ଚାଷୀଙ୍କୁ ଖର୍ଚ୍ଚର ଦେଢ଼ଗୁଣ ଦେବାକୁ ପ୍ରୟାସ ।
★ ଚାଷୀଙ୍କୁ ୭୫ହଜାର କୋଟିରୁ ଅଧିକ ତାଙ୍କ ଦିଆଯାଇଛି ।
★ କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ।
★ ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ । ଏବେ ସୁଦ୍ଧା ୮ କୋଟି ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି । ଜମ୍ମୁ-କାଶ୍ମୀରରେ ପାଇପଲାଇନ ଯୋଜନା ଆରମ୍ଭ କରାଯିବ ।
★ ବୀମା କ୍ଷେତ୍ରରେ ଏଫଡିଆଇ ୭୪ ପ୍ରତିଶତ ରହିବ । ବୀମା କମ୍ପାନି ଉପରେ ଭାରତୀୟଙ୍କର ରହିବ ନିୟନ୍ତ୍ରଣ ।
★ ୨୦୩୦ରୁ ନୂଆ ରେଳ ଯୋଜନା ପ୍ରସ୍ତୁତ ।
★ ରେଳବାଇ ପାଇଁ ୧ଲକ୍ଷ ୧୦ହଜାର ୫୫ କୋଟି ।
★ ପର‌୍ୟ୍ୟଟକ ରୁଟ ପାଇଁ ରେଳବାଇ ପାଇଁ ନୂଆ ପ୍ଲାନ ।
★ ଆଉ କିଛି ସହରରେ ଆରମ୍ଭ ହେବ ମେଟ୍ରୋ ପ୍ରୋଜେକ୍ଟ ।
★ ବିଦ୍ୟୁତ କ୍ଷେତ୍ର ପାଇଁ ୩.୦୫ ଲକ୍ଷ କୋଟି ।
★ ଗ୍ରାହକ ଏବେ ନିଜେ ବିଜୁଳି କମ୍ପାନୀ ଚୟନ କରିପାରିବେ ।
★ ପ୍ରି ପ୍ରେଡ଼ ସ୍ମାର୍ଟ ମିଟର ଅଧିକ ଲଗାଇବାକୁ ଯୋଜନା ।
★ ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟିର ଘୋଷଣା । ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ପାଇଁ ବଡ ଘୋଷଣା । ବଙ୍ଗଳାରେ ନୂଆ ରାସ୍ତା ପାଇଁ ୨୫ ହଜାର କୋଟି । ଆସନ୍ତା ବର୍ଷ ୮୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ।
★ ପୁରା ଦେଶରେ ୭୫ ହଜାର ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବ ।
★ ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ହେବ ।
★ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ ଘୋଷଣା । ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରାଯିବ । ୪୨ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା । ସ୍ୱଚ୍ଛ ବାୟୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ।
★ କୋଭିଡ ଟିକା ପାଇଁ ୩୫୦୦୦ କୋଟି ।
★ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ।
★ମିଶନ ପୋଷଣ :୨.୦ଆରମ୍ଭ । ୬ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ । ୬୪,୧୮୦ କୋଟି ନିବେଶ କରାଯିବ । ୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ ।

Leave A Reply

Your email address will not be published.