ଆରମ୍ଭ ହେଲା ରଜର୍ଭ ଫାୟାର ଫୋର୍ସ

0 263

ବାରଙ୍ଗ,୧/୨(ଏସଏସନିୟୁଜ)ଆଜି ଓଡିଶା ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଡଃ.ସତ୍ୟଜିତମହାନ୍ତି ନରାଜଠାରେ ଥିବା ଅଗ୍ନିଶମ ଓ ବିପତି ନିସ୍ତାର ଅନୁଷ୍ଠାନ ପରିସରରେ ଅଗ୍ନିଶମ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ନିମିତ ଡ୍ରିଲ ଟାୱାର,ଦୁଇଶହ ସଂଖ୍ୟା ରହିପାରୁଥିବା ବ୍ୟାରେକ ଓ ସେଂଟ୍ରାଲ ୱାର୍କସର୍ପ ଉଦଘାଟନ କରିଛନ୍ତି ।ତତସହିତ ଅଗ୍ନିଶମ ବିଭାଗ ତରଫରୁ ନୁତନଭାବରେ ଗଢାଯାଇଥିବା ଷ୍ଟ୍ରାଇକିଂ ଫାୟାର ଫୋର୍ସ କୁ ଜନସାଧାରଣ ଉଦ୍ଦେଶ୍ୟରେ ଉସ୍‌ର୍ଗ କରିଥିଲେ । ଅଗ୍ନିଶମ ବିଭାଗ ତରଫରୁ ୫୦ଜଣ ବଛାବଛି କର୍ମଚାରୀମାନଙ୍କୁ ନେଇ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯାଇଛି ।ଏହି ୟୁନିଟ ବଡବଡ ଆପଦ,ବିପଦ ଓ ବିପର୍ଜୟ ସମୟରେ କାର୍ଯ୍ୟ କରିବ ।ବିପର୍ଜୟ ମୁକାବିଲା ରେ ଏହାର ଭୁମିକା ଗୁରୁତ୍ୱପୁର୍ଣ ରହିବ ।ବିପର୍ଜୟ ମୁକାବିଲା ସହ ଏହି ୟୁନିଟ ଲୋକମାନଙ୍କ ମଧ୍ୟରେ ଅଗ୍ନିସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୁମିକା ନିର୍ବାହ କରିବ ।ତତ୍‌ସହିତ ଆବଶ୍ୟକ ପଡିଲେ ରାଜ୍ୟବାହାରକୁ ଯାଇ ମଧ୍ୟ ବିପର୍ଜୟର ମୁକାବିଲା କରିବ ।ଏହିମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଦିଆଯାଇ ଆହୁରି ସୁଦୃଢ କରାଯିବା ସହ ଅଗ୍ନିସଚେତନତା ସୃଷ୍ଟିକରିବାରେ ପ୍ରମୁଖ ଭୁମିକାନିର୍ବାହ କରିବାର ଦାୟିତ୍ୱ ଦିଆଯିବ ।ଅବଶ୍ୟକ ପଡିଲେ ଏମାନଙ୍କୁ ଯାତ୍ରା ଓ ମେଳା ସମୟରେ ଫାୟାର ପ୍ରୋଟେକସନ ଡ୍ୟୁଟିରେ ମଧ୍ୟ ନିୟୋଜିତ କରାଯିବ ।ଏହିପରି ଏକ ରିଜର୍ଭ ଫାୟାର ଫୋର୍ସ ଭାରତବର୍ଷରେ କୈାଣସି ଅଗ୍ନିଶମ ବିଭାଗରେ ନାହିଁ । ସାରା ଭାରତବର୍ଷ ରେ ଓଡିଶା ଅଗ୍ନିଶମ ସେବା ସଂସ୍ଥା ପ୍ରଥମକରି ଏପରି ଏକ ପଦକ୍ଷପ ଗ୍ରହଣ କରିଛି ବୋଲି ମହାନିର୍ଦ୍ଦେଶକ ଡଃ.ସତ୍ୟଜିତମହାନ୍ତି କହିଛନ୍ତି ।

Leave A Reply

Your email address will not be published.