ବଢିଲା ୧୦ମ ଫର୍ମପୂରଣ ଅବଧି

0 228

ଭୁବନେଶ୍ୱର ,୩/୧(ଏସଏସନିୟୁଜ)ମାଟ୍ରିକ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ମାଟ୍ରିକ୍ ପିଲାଙ୍କ ଫର୍ମପୂରଣ ଅବଧି ୧୦ ଫେବ୍ରୁଆରୀ ଯାଏଁ ବୃଦ୍ଧି ପାଇଛି । ପୂର୍ବରୁ ଫର୍ମପୂରଣର ଅବଧି ଫେବ୍ରୁଆରୀ ୨ ମଧ୍ୟରାତ୍ରି ଯାଏଁ ଥିଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି ।ଗତ ଜାନୁଆରି ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ଦୀର୍ଘ ୧୦ ମାସ ପରେ ପିଲା ସ୍କୁଲ ଯାଇ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି। ଏମିତିକି ରବିବାର ମଧ୍ୟ ସେମାନଙ୍କର କ୍ଲାସ୍ ହେଉଛି।ଅନ୍ୟପଟେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରି ୮ ତାରିଖରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ କ୍ଲାସ ହେବ। ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏହାପରେ ମେ ୩ରୁ ୧୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ।
ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ନିରୀକ୍ଷକ ଭାବେ ଉକ୍ତ ସ୍କୁଲ ମାନଙ୍କରେ କାର୍ଯ୍ୟ କରିବେ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ସହ ଛାତ୍ରଛାତ୍ରୀମାନେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ । ମାତ୍ର ପରୀକ୍ଷା ଫଳ ପ୍ରକାଶ ସମୟରେ ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରାଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ସମୟ ଦିଆଯିବ । ସକାଳ ୮ଟାରୁ ୧୦ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ।
ସେହିଭଳିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ITIରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍‌‌ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ୍ ମାସ‌ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ୍ କରାଯାଇଛି ।

 

Leave A Reply

Your email address will not be published.