0 360

ଭୁବନେଶ୍ୱର,୪/୨(ଏସଏସନିୟୁଜ) ପୁଣି କମିସିନେରେଟ ପୋଲିସ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାସ୍ତା କଡରୁ ମିଳିଛି  ଜଣେ  ଯୁବତୀଙ୍କ ମୁଣ୍ଡ ବିହୀନ ମୃତ ଶରୀର। ଚନ୍ଦକା ଥାନା ଅଧୀନସ୍ତ ଅନ୍ଧାରୁଆର ଦାସପୁରୁ ଗାମୁଣ୍ଡ ରାସ୍ତା କଡ଼ ନିଛାଟିଆ ଜାଗାରେ  ଯୁବତୀଙ୍କର ମୁଣ୍ଡ ବିହୀନ ଶବ ପଡିଛି (କଟା ମୁଣ୍ଡ ମୃତ ଶରୀର )। ଯୁବତୀଙ୍କର ବୟସ ୨୫/୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଦ୍ୟାବଧି ଯୁବତୀଙ୍କର ପରିଚୟ ମିଳିନାହିଁ. ଏହି ଘଟଣାକୁ ନେଇ ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି କରିଛି।

Leave A Reply

Your email address will not be published.