ଚନ୍ଦକାରେ ମର୍ଡର !ପୋଲିସ ର ତନାଘନା

0 827

ଚନ୍ଦକା-୪/୨(ଏସଏସଏନ୍)ଚନ୍ଦକାରେ ମର୍ଡର !ଏହି ଖବର ଗୁରୁବାର ସକାଳୁ ସକାଳୁ ପ୍ରଘଟ ହେବା ପରେ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ରୁ ପ୍ରକାଶ , ଭୁବନେଶ୍ୱର ଉପ କଣ୍ଠ ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ ର ଦାସପୁରୁ ରାସ୍ତା କଡ଼ ନିଛାଟିଆ ଜାଗାରେ ଏକ ଯୁବତୀ ର ମୁଣ୍ଡ ବିହୀନ ସବ ପଡିଛି, (କଟା ମୁଣ୍ଡ ମୃତ ଶରୀର )। ବିଳମ୍ବିତ ରାତିରେ ଏ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳ ରେ ଚନ୍ଦକା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଯୁବତୀ ଙ୍କ ପରିଚୟ ମିଳିପାରି ନଥିବା ବେଳେ ଯୁବତୀ ଜଣକ କିଏ ?ଏଠାକୁ କେମିତି ଆସିଲା ?ତାକୁ କିଏ ମାରି ଏଠାରେ ଭିଙ୍ଗିଦେଇଛି ପୋଲିସ ତଦନ୍ତ କରୁଥିବା ଜଣାପଡିଛି  । ତେବେ  ଏ ଘଟଣା ଏ ଅଞ୍ଚଳ ରେ ଏକ ଚାଁଞ୍ଚଳୟ ସୃଷ୍ଟି କରିଛି । ଏହି ଅଞ୍ଚଳ ଅନ୍ଧାରିଆ ନିଛାଟିଆ ହୋଇଥିବାରୁ ସନ୍ଧ୍ୟା ହେଲେ ଲୋକେ ଯିବାକୁ ଭୟ କରନ୍ତି । ଏଠାରେ ପୋଲିସ ପେଟ୍ରୋଲିଙ୍ଗ ଠିଲା ହୋଇଥିବାରୁ କିଏ ଏଭଳି କାଣ୍ଡ ଭିଆଇଥିବା   ସାଧାରଣରେ ପ୍ରଶ୍ନ ଉଙ୍କିମାରୁଛି । ପୋଲିସ ପେଟ୍ରୋଲିଙ୍ଗ ହେବାକୁ ଦାବି ହେଉଛି  ।

Leave A Reply

Your email address will not be published.