ଏଣିକି ରାସ୍ତାରେ ଛେପ ପକାଇଲେ…

ଖବର ଆଜିର,ତାରିଖ ୦୪-୦୨-୨୦୨୧ ଗୁରୁବାର

0 393

୧-ସାବଧାନ!! ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ VALENTINES GIFT ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା ।
୨-ବୈଠକ ସମୟରେ ଶୋଷ ଲାଗିବାରୁ ସାନିଟାଇଜରକୁ ପାଣି ଭାବି ପିଇଦେଲେ ବିଏମସିର ବରିଷ୍ଠ ଅଧିକାରୀ .ଘଟଣାଟି ଘଟିଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନର ଯୁଗ୍ମ ମ୍ୟୁନିସିପାଲିଟି କମିସନର ରମେଶ ପାୱାରଙ୍କ ସହ।
୩-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରକାରୀ ITI ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍ ।
୪-ମାଟ୍ରିକ୍ ଫର୍ମପୂରଣ ସମୟ ସୀମା ୧୦ ତାରିଖକୁ ବୃଦ୍ଧି
୫-ଗାଡ଼ି ଚାଳକ ସାବଧାନ: ଏଣିକି ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା ।
୬-କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧରେ ବିଦେଶୀ ସେଲିବ୍ରିଟି ଦେଉଥିବା ମନ୍ତବ୍ୟ ତ୍ରୁଟିଯୁକ୍ତ ଏବଂ ଦାୟିତ୍ୱହୀନ: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।
୭-ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି।
୮-ନୃସିଂହନାଥ ପୀଠ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ।
୯-ଦିଲ୍ଲୀ ହିଂସା ମାମଲାରେ ମୁଣ୍ଡ ପୁରାଇବାକୁ ମନା କଲେ ସୁପ୍ରିମ୍ କୋର୍ଟ, ପ୍ରଧାନ ବିଚାରପତି କହିଲେ ‘ଆଇନ୍ ତା ବାଟରେ ଯିବ’ ।
୧୦-ରାଜ୍ୟସଭାରେ ବିଜେଡି ପୁଣି ଉଠାଇଲା ମହିଳା ସଂରକ୍ଷଣ କାର୍ଡ : ଓଡ଼ିଆରେ କହିଲେ ବିଜେଡି ସାଂସଦ, ରାଜ୍ୟସଭା ଅଧ୍ୟକ୍ଷ କହିଲେ ‘ସାବାସ୍ ସସ୍ମିତ’ ।
୧୧-ଲାଲକିଲ୍ଲା ହିଂସା: ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଦିଲ୍ଲୀ ପୋଲିସ, ଦୀପ ସିଦ୍ଧୁଙ୍କ ସହ ଅନ୍ୟ ତିନି ଜଣ ଫେରାରଙ୍କ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ।
୧୨-ଚାଷୀ ଆନ୍ଦୋଳନ: ଜାନୁଆରି ୨୬ରୁ ନିଖୋଜ ଥିବା ୧୧୫ଜଣଙ୍କ ତାଲିକା ଜାରି କଲେ କେଜ୍ରିୱାଲ ।
୧୩-ରାହୁଲ ଗାନ୍ଧୀଙ୍କୁ ସମ୍ବିତ ପାତ୍ରଙ୍କ ଓଲଟା ଜବାବ୍-‘କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରୁଛନ୍ତି କଂଗ୍ରେସ ନେତା’ ।
୧୪-ଟ୍ବିଟରକୁ ସରକାରଙ୍କ ଚେତାବନୀ, ବିବାଦୀୟ ଟ୍ବିଟର ହ୍ୟାଣ୍ଡେଲ୍ ବନ୍ଦ ନହେଲେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ ।
୧୫-ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖାଦ୍ୟ ଖାଇ ଶତାଧିକ ଅସୁସ୍ଥ, ୧ ମୃତ ।
୧୬-ଷ୍ଟକ ବଜାରରେ ଉତ୍ସାହ : ୫୦ ହଜାର ପଏଣ୍ଟ ଉପରେ ବନ୍ଦ ହେଲା ସେନସେକ୍ସ, ତିନିଦିନରେ ନିବେଶକଙ୍କ ସଂପତ୍ତି ୧୨ ଲକ୍ଷ କୋଟି ବୃଦ୍ଧି ।
୧୭-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ-ପୁରୀ ବାଇପାସ୍ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଲୋକାର୍ପିତ ।
୧୮-ରାଜ୍ୟରୁ ରାଜ୍ୟକୁ ବ୍ୟାପିଲା ମହାପଞ୍ଚାୟତ, ଦିଲ୍ଲୀ ଆନ୍ଦୋଳନକୁ ମଜଭୁତ କରିବାକୁ ଏକଜୁଟ ହେଉଛନ୍ତି ଚାଷୀ .
୧୯-ଖୋଲିବ କି ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ସାଙ୍ଗରେ ନେଇ ସିନ ରିକ୍ରିଏଟ କଲା ପୋଲିସ । କେମିତି ଆସିଥିଲେ ଗେଷ୍ଟହାଉସ, ଫାଷ୍ଟଫୁଡ ଦୋକାନ କିପରି ଗଲେ, ଡେମୋ କରିଦେଖାଇଲା ରାକେଶ  ।
୨୦-ଭାରତ, ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଲା ସାଉଦି ଆରବ ।
୨୧-ସୀମା ବିବାଦ ପ୍ରସଙ୍ଗରେ ବଦଳିଲା ପାକିସ୍ତାନ ସେନା ମୁଖ୍ୟଙ୍କ ସ୍ୱର । କହିଲେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ।
୨୨-ମିଆଁମାରରେ ସାମରିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । କହିଲେ, ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଥିଲା ଜରୁରୀ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.