ସାବଧାନ ! ରାସ୍ତାରେ ଝୁଲୁଛି ବିଦ୍ୟୁତ୍ ଖୁଣ୍ଟ

0 273

ବାରଙ୍ଗ:୧୫/୩(ଏସ ଏସ ନିୟୁଜ) ପୁରୀ ମୁଖ୍ୟ କେନାଲ ରାସ୍ତା କଡ଼ରେ ଥିବା ଅଦରକାରୀ ଲାଇନ ଖୁଣ୍ଟ ଏବେ ପଥଚାରୀଙ୍କ ପାଇଁ ମରଣ ଯନ୍ତା ପାଲିଟିଛି।ଦୀର୍ଘ ଦିନରୁ ଏଭଳି ବିପଦଶଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ବିଦ୍ୟୁତ୍ ବିଭାଗ ନୀରବଦ୍ରଷ୍ଟା ହୋଇ ବସି ରହିଛି।
ପ୍ରକାଶ ଯେ ଗୋଡିସାହି ରୁ ବାରଙ୍ଗ ସଂଯୋଗ କରୁଥିବା ବାରଙ୍ଗ ପୁରୀ ମୁଖ୍ୟ କେନାଲ ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି।ଟ୍ରାନ୍ସଫର୍ମର ବସାଯାଇଥିବା ଖୁଣ୍ଟ ଦୁଇଟି ରାସ୍ତା ଉପରକୁ ଢ଼ଳି ହୋଇ ରହିଛି,ଯାହାକି ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି।ରାସ୍ତା କଡରେ ଥିବା ଉଭୟ ବିଦ୍ୟୁତ୍ ଖୁଣ୍ଟର ମୂଳ ଦୁର୍ବଳ ହୋଇପଡିବାରୁ ଖୁଣ୍ଟ ଏବେ ଧୀରେ ଧୀରେ ନଇଁବାକୁ ଲାଗିଥିବା ବେଳେ ଚାରିକଡରେ ଥିବା ସୁରକ୍ଷା ପାଚେରୀବି ଭାଙ୍ଗିବାକୁ ଲାଗିଲାଣି।ଉକ୍ତ ସ୍ଥାନ ବାରଙ୍ଗ ବ୍ଲକ କାର୍ଯ୍ୟଳୟ ଠାରୁ ମାତ୍ର ୩ସହ ମିଟର ଦୂରରେ ଥିବାବେଳେ ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରିଥାଆନ୍ତି।ହେଲେ ବିଦ୍ୟୁତ୍ ବିଭାଗର ଏଥିପ୍ରତି ନଜର ନଥିବା ଦେଖିବାକୁ ମିଳିଛି।ତୁରନ୍ତ ଏହି ଅଦରକାରୀ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ କୁ ଉକ୍ତ ସ୍ଥାନରୁ ହଟାଇବାକୁ ସ୍ଥାନୀୟ ଲୋକ ଦାବି କରିବା ସହିତ ବିଦ୍ୟୁତ୍ ବିଭାଗର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। (ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.