ଗାଁରେ ପଶିଲା କୁଟ୍ରା

0 283

ବାରଙ୍ଗ,୧୫/୩(ଏସଏସନିୟୁଜ)ପୁଣି ଗାଁମୁହାଁ ଜଙ୍ଗଲି ପଶୁପକ୍ଷୀ ।ଜଙ୍ଗଲରେ ନିଆଁ ଲାଗିବା ହେଉ କିମ୍ବା ଖାଦ୍ୟର ଅଭାବ ହେଉ ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନେ ବାଧ୍ୟ ହୋଇ ଜଙ୍ଗଲରୁ ବାହାରି ଜନବସତିଆଡକୁ ମୁହାଁଉଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ସୋମବାର ସନ୍ଧ୍ୟା ସମୟରେ ଗୋଡିସାହି ଫାଣ୍ଡି ଅଧିନସ୍ଥ ନରାଜଗ୍ରାମରେ ଦେଖିବାକୁ ମିଳିଥିଲା ।୫/୬ବର୍ଷର ଏକ ମାଇ କୁଟ୍ରାକୁୁ କିଛି ବୁଲାକୁକୁର କାମୁଡିବାକୁ ଗୋଡାଉଥିଲେ ।କୁଟୁରାଟି ନିଜକୁ ବଂଚାଇବାକୁ ପ୍ରାଣମୁର୍ଛା ଉଦ୍ୟମ ମଧ୍ୟ କରିଥିଲା ।ଶେଷରେ ନିରୁପାୟ ହୋଇ ଜନବସତି ଆଡେ ପଶିଯାଇଥିଲା । ନରାଜଗ୍ରାମରେ କୁଟ୍ରାଟି ପଶିଯିବାପରେ ବନଦୁର୍ଗା କ୍ଲବର ସଦସ୍ୟମାନେ କୁଟ୍ରାଟିକୁ ଉଦ୍ଧାର କରି କ୍ଲବ ଘରେ ରଖିଥିଲେ ।ପରେ ଖବରପାଇ ଚନ୍ଦକାବନବିଭାଗର ର ଏକଟିମ୍ ଆସି କୁଟ୍ରାଟିକୁ ସାଙ୍ଗରେ ନେଇ ଜଙ୍ଗଲରେ ଛାଡିଦେଇଥିବାର ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ )ା

Leave A Reply

Your email address will not be published.