ଶିକାରୀ ଫେରାର ,ଧରାପଡିଲା ବାରହା ମାଂସସହ ସ୍କୁଟି

0 313

ନୟାଗଡ,୧୫/୩(ଏସ୍‌ଏସ୍‌ନିୟୁଜ)କୈାଶଳକ୍ରମେ ଖସିଗଲେ ଶିକାରୀ ।କିନ୍ତୁ ଛାଡିଦେଇଗଲେ ସନ୍ତକ ।ବନବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡିଲା ବାରହା ରନ୍ଧାମାଂସ ,ସ୍କୁଟି ଓ କେବୁଲ । ଏହି ଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଲଡୁ କିଶୋରପୁର ଶାସନ ରେ । ବାରହା ମାଂସ ସହ ରନ୍ଧାମାଂସ ବିକ୍ରି କରାଯାଇଥିବାର କୈାଣସିସୁତ୍ରରୁ ଖବରପାଇ ବନବିଭାଗ କର୍ମଚାରୀମାନେ ଚଢାଉକରିଥିଲେ । କିନ୍ତୁ କୈାଶଳକ୍ରମେ ଖସି ଯାଇଥିଲେ ଶିକାରୀ ।ତେବେ ବନବିଭାଗ ହାତରେ ଓଡ଼ି ୩୩ ଡ଼ବ୍ଲୁ ୭୭୨୬ନଂ ଆକ୍ଟିଭା,କେବୁଲତାର,କଟୁରୀ ଓ ରନ୍ଧାବାରହାମାଂସ ହାବୁଡରେ ପଡିବାରୁ ତାକୁ ଜବତ କରିଥିଲେ ।ତେବେ ବନବିଭାଗ ପକ୍ଷରୁ ଜବତ ହୋଇଥିବା ରନ୍ଧାମାଂସକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯିବାବୋଲି ଜଣାପଡିଛି ।

Leave A Reply

Your email address will not be published.