ଖୁଣ୍ଟୁଣୀ ଓ ଟାଙ୍ଗିବନ୍ତ ଡାକ୍ତରଖାନାରେ ଆରମ୍ଭ ହେଲା କୋଭିଡ-୧୯ ଟୀକା

0 260

ଖୁଣ୍ଟୁଣି,୧୫/୩(ଏସ ଏସ ନିୟୁଜ) ଖୁଣ୍ଟୁଣି ଡାକ୍ତରଖାନାରେ ଆରମ୍ଭ ହୋଇଛି କୋଭିଡ ଟୀକା ପ୍ରଦାନ । ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଦିଲ୍ଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ସୁଧାଂଶୁ ପ୍ରିୟଦର୍ଶନୀ ଭୂୟାଁ ଟୀକା ପ୍ରଦାନ କରୁଥିବା ବେଳେ, ଏଥିରେ ସହଯୋଗ କରୁଛନ୍ତି ଡାଟା ଏଣ୍ଟ୍ରି ଅପରେଟର ଦିନେଶ୍ୱ କୁମାର ନାୟକ, ସ୍ୱାସ୍ଥ୍ୟ ପରିଦର୍ଶିକା ନିର୍ମଳା ଦାସ , ମମତା ସାହୁ, ବିଷ୍ଣୁପ୍ରିୟା ବେଉରା, ପୂର୍ଣ୍ଣିମା ପ୍ରଧାନ, ଦିଲ୍ଲୀପ ସାହୁ ପ୍ରମୁଖ । ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଗୌରହରି ମହାନ୍ତି, ସଚ୍ଚିଦାନନ୍ଦ ପଣ୍ଡା, କିଶୋର ସାମନ୍ତରାୟ, ବିପିନି ବିହାରି ପ୍ରଧାନ, ରଜନୀକାନ୍ତ ଜେନା, ଦୀପକ ସାହାଣୀ ପ୍ରମୁଖ ଉପସ୍ଥିତ ରହି ଟୀକା କରଣ କାର୍ଯ୍ୟର ପରିଦର୍ଶନ କରିଛନ୍ତି । କୋଭିଡ ୧୯-ପ୍ରତିଷେଧକ ଟୀକା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା ନେଇସାରିବା ପରେ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଂଯୋଜକ ସମାଜସେବୀ

ଗୌରହରି ମହାନ୍ତି , କିଶୋର କୁମାର ସାମନ୍ତରାୟ, ଧନେଶ୍ୱର କର, ବିକ୍ରମାନନ୍ଦ ବସ୍ତିଆ, ବିଚିତ୍ରାନନ୍ଦ ପ୍ରଧାନ, ଚନ୍ଦ୍ରଶେଖର ମହାପାତ୍ର, ନୀଳକଣ୍ଠ ଦାସ, ଦିଲ୍ଲୀପ କୁମାର ଶେଠ, ଅନିମା ସାମନ୍ତରାୟ ପ୍ରମୁଖ ନେଇଥିଲେ ।ଲୋକମାନେ ଶୃଙ୍ଖଳାର ସହିତ ଟୀକା ନେଉଛନ୍ତି । ଟୀକା ନେଉଥିବା ପ୍ରତ୍ୟେକ ବ୍ୟକ୍ତି ଅଧଘଣ୍ଟା ବସିବାକୁ ସ୍ୱାସ୍ଥ୍ୟ ପରିଦର୍ଶିକା ନିର୍ମଳା ଦାସ ପରାମର୍ଶ ଦେଇଥିଲେ । ଏହି ଟିକାକରଣ ରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା କାହାର ଦେଖା ଯାଇନଥିବା ଜଣାପଡ଼ିଛି ।ସେହିଭଳି ଭାବେ ରାଜଧାନୀ ଉପକଣ୍ଠ ଟାଙ୍ଗିବନ୍ତ ଡାକ୍ତରଖାନାରେ ମଧ୍ୟ କୋଭିଡ ଟୀକା ଦେବା ଆରମ୍ଭ ହୋଇଛି। ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ରଘୁନାଥପୁର, ଦାଢ଼ା, କଲ୍ୟାଣପୁର, ବରିମୁଣ୍ଡ,କଳାରାହଙ୍ଗ ଆଦି ୫ ପଞ୍ଚାୟତ ର ବୟସ୍କ ଲୋକମାନଙ୍କ ଉଦେଶ୍ୟରେ ଏହି ଟୀକା ପ୍ରଦାନ କରାଯାଉଥିବାର ଜଣାପଡିଛି।ସମୁଦାୟ ୮୦ ଜଣ ଟୀକା ନେଇ ଥିବାର ଜଣାପଡିଛି।

Leave A Reply

Your email address will not be published.