ମହିଳା ଥାନା ଖୋଜିବ କଙ୍କାଳ କାହାର

ସକାଳର ଖବର,ତାରିଖ ୧୫/୦୩/୨୦୨୧,ସୋମବାର

0 298

୧-ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ ବି ଟଳିନି ।
୨-ଆଜିଠାରୁ ୧୯ଯାଏ ‘କୃଷି ଓଡ଼ିଶା ୨୦୨୧’ ଭୁବନେଶ୍ୱରରେ ୫ ଦିନ ଚାଲିବ ମେଗା କୃଷି ପ୍ରଦର୍ଶନୀ । ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
୩-ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଆସନ୍ତା ୨୬ରୁ ଦୁଇଦିନିଆ ଗସ୍ତରେ ବାଂଲାଦେଶ ଯାଇ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି।
୪-ଏଣିକି କେଉଁ ଷ୍ଟେସନରେ ପହଂଚିଛି ଟ୍ରେନ, କେତେବେଳେ ଆସିବ ଟ୍ରେନ, ହ୍ଵାଟ୍ସଆପରେ ବି ମିଳିପାରିବ ତଥ୍ୟ,ମୁମ୍ବାଇର ଷ୍ଟାର୍ଟଅପ କମ୍ପାନୀ ରେଲଓଫି(RAILOFY) ସାହାଯ୍ୟରେ ଆପଣ ଟ୍ରେନର ସବୁ ତଥ୍ୟ ପାଇପାରିବେ । ଫୋନରେ ‘+ ୯୧-୯୮୮୨୧୯୩୩୨୨’ ଏହି ନମ୍ବର ସେଭ କରି ନିଜର ୧୦ ଅଙ୍କ ବିଶିଷ୍ଟ ପିଏନଆର ନମ୍ବର ପଠାଇବାର କିଛି ସେକେଣ୍ଡ ବାବଦରେ ଆପଣଙ୍କ ହ୍ଵାଟ୍ସଆପକୁ ସମସ୍ତ ତଥ୍ୟ ଆସିଯିବ ।
୫-ଜୁଲାଇ ସୁଦ୍ଧା ବାଲେଶ୍ବରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଉଦ୍‌ଘାଟିତ ହୋଇ କାର୍ଯ୍ୟକ୍ଷମ ହେବ। ଏନେଇ ଏମ୍ସର ନିର୍ଦେଶିକା ଡ.ଗୀତାଞ୍ଜଳି ବି.ଙ୍କ ସୂଚନା ।
୬-ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ପ୍ରସଙ୍ଗ : ଅଭିଯାନକୁ ଆନ୍ଦୋଳନର ରୂପ ଦେବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ,ଭିଡିଓ କନଫରେନ୍‌ସିଂ ଜରିଆରେ ବିଶ୍ବ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା, ସାମିଲ ହେଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।
୭-ଆସନ୍ତା ଏପ୍ରିଲ ୧ରୁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବ । ଫଳରେ ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ, ଆଇଏଫଏସସି ଓ ଏମଆଇସିଆର କୋଡ ଅଚଳ ହୋଇଯିବ ।
୮-ରହସ୍ୟ ଘେରରେ ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ପୋଲିସ କମିଶନର କହିଲେ ମହିଳା ଥାନା ଖୋଜିବ କଙ୍କାଳ କାହାର ।
୯-ଭବ୍ୟ ରାମମନ୍ଦିର ପାଇଁ ଓଡ଼ିଶାରୁ ୪୨କୋଟିରୁ ଅଧିକ ନିଧି ସମର୍ପଣ କରାଯାଇଛି । ଏ ସମ୍ପର୍କରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।
୧୦-ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ପୁଣି ନକ୍ସଲ-ପୁଲିସ ମୁହାଁମୁହିଁ, ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ କ୍ୟାଡର ନକ୍ସଲ ଖସି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଛି ।
୧୧-ହୀରାଖଣ୍ଡର କଳା ଗହମ । ସମ୍ବଲପୁରରେ ପରୀକ୍ଷାମୂଳକ ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟଜିତ୍ । କର୍କଟ, ମେଦବହୁଳତା ପରି ରୋଗ ପାଇଁ କରାଯାଏ ବ୍ୟବହାର ।
୧୨-କନ୍ଧମାଳ ହଳଦି ପରେ ଏବେ ଆଳୁକୁ ନେଇ ଚର୍ଚ୍ଚା । ପାହାଡି ଆଳୁର ବଢୁଚି ଚାହିଦା, ଡାଇବେଟିସ୍ ରୋଗୀଙ୍କ ପାଇଁ ହେଉଛି ଲୋଡା ।
୧୩-ଛୋଟ ବ୍ୟାପାରୀଙ୍କ ପାଇଁ ଭାରତୀୟ ରେଳବାଇ ଦେଲା ଖୁସି ଖବର – ଶସ୍ତାରେ, ଶୀଘ୍ର ଭାରତର ଯେକୌଣସି ସ୍ଥାନକୁ ମାଲ୍ ପଠାଇବା ପାଇଁ ଆରମ୍ଭ ହେଲା ବ୍ୟାପାରମାଲା ଏକ୍ସପ୍ରେସ୍ ।
୧୪-ପଶ୍ଚିମବଙ୍ଗରେ ବିଜେପିକୁ ଟକ୍କର ଦେବାକୁ ପ୍ରଚାର ମୈଦାନକୁ ହ୍ୱିଲ ଚେୟାରରେ ଓହ୍ଲାଇଲେ ମମତା । କୋଲକାତାରେ ୫ କିଲୋମିଟର ରୋଡ ଶୋ ।
୧୫-କଳିଙ୍ଗ ଷ୍ଟାଡିୟମ୍‌ରେ ସର୍ବଭାରତୀୟ କଳିଙ୍ଗ କପ୍ ଫୁଟ୍‌ବଲ୍ ପ୍ରତିଯୋଗିତା ଆୟୋଜିତ ହେବା ସମ୍ଭାବନା ରହିଛି।
୧୬-ଜାତୀୟ ଉପକନିଷ୍ଠ ବାଳକ ହକି ପାଇଁ ଓଡ଼ିଶା ଦଳର ହରିୟାଣା ଯାତ୍ରା । ଏହି ପ୍ରତିଯୋଗିତା ଆସନ୍ତା ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
୧୭-ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟ୍ବେଣ୍ଟି-୨୦ ସିରିଜ୍‌, ଭାରତ ୭ ୱିକେଟରେ ବିଜୟୀ। ଇଶାନ କିଶାନ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧ ଶତକ। ସିରିଜ୍ ୧-୧ ସ୍ଥିତିରେ ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.