ଆଜିର ଅନୁଚିନ୍ତା

ତାରିଖ : ୧୫/୦୩/୨୦୨୧,ସୋମବାର

0 454

➡️ଧନ ରୋଜଗାର କରିବାର ଲାଳସା ସବୁରି ଅଛି ।
➡️ଯାହା ପାଖରେ ଧନ ନାହିଁ ସେ ଚେଷ୍ଟା କଲେ ପାଇପାରେ।
➡️ମାତ୍ର ଯିଏ ମୂର୍ଖ ସେ ପରିଣତ ବୟସରେ ଶତଚେଷ୍ଟା କଲେ ମଧ୍ୟ ବିଦ୍ୟାରେ ନିପୂଣ ହୋଇପାରେ ନାହିଁ ‘ସବୁ କିଛି ଶିକ୍ଷା କରିବାର ବୟସସୀମା ଅଛି ।
➡️ନିଜଠାରୁ ବୟସ୍କ ଲୋକଙ୍କ ପାଖରେ ମିଛ କହିବା ଠିକ୍ ନୁହେଁ ।
➡️ନିଜର ଜ୍ଞାତିବନ୍ଧୁ କୁଟୁମ୍ବ । ଭାଇ ବିରାଦରଙ୍କ ଆଗରେ ଛୋଟ ହୋଇ ରହିବା ଅପେକ୍ଷା ଏକାନ୍ତରେ ରହିବା ଭଲ ।
➡️ଯିଏ କାହାର କିଛି ମଙ୍ଗଳ କାମନା କରିନପାରେ ସେ ଅନ୍ୟର ଅମଙ୍ଗଳ ଚିନ୍ତା କରିବା ଉଚିତ୍ ନୁହେଁ ।

ଆଜିର ନୀତିବାଣି
➡️ଅନ୍ୟକୁ ଜାଣିବା ଟା ହେଉଛି ଜ୍ଞାନ ଓ ନିଜକୁ ନିଜେ ଜାଣିବା ଟା ହେଉଛି ନିର୍ବାଣ !!
➡️ଦେବତ୍ଵ ତୁମର ଜନ୍ମଗତ ଅଧିକାର । ନିୟମିତ ସାଧନା ବଳରେ ଏହାକୁ ପରିମର୍ଜିତ କର !!
➡️ତୁମେ ଦଶଟି ସତ୍ୟ ସହ ଗୋଟିଏ ମିଥ୍ୟା ମିଶେଇ ଦିଅ ହୁଏତ ସେଇ ମିଥ୍ୟାଟି ସତ୍ୟ ହେଇଯାଇ ପାରେ ! କିନ୍ତୁ ତୁମେ ଦଶଟି ମିଥ୍ୟା ସହ ଗୋଟିଏ ସତ୍ୟ କୁ ମିଶେଇଲେ, ସତ୍ୟ ସତ୍ୟ ହିଁ ରହିବ କେବେ ମିଥ୍ୟା ହେବନି, ସତ୍ୟ ପ୍ରକୃତରେ ସୁନ୍ଦର !!
➡️ମଣିଷକୁ ଜିଣିବାର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ବିନୟ ଭାବ, ବିନୟୀ ବ୍ୟକ୍ତି ସମସ୍ତଙ୍କ ପ୍ରିୟ ପାତ୍ର ହେଇ ପାରେ !!
➡️ସୁଖ ସମୟରେ ଅଧିକ ମସଗୁଲ ହେବା ଆଦୌ ଉଚିତ ନୁହେଁ, ସୁଖ ପରେ ଦୁଃଖ ଯେ ନିଶ୍ଚିତ ଆସିବ ଏକଥା ମନେ ରଖି ଆଗେଇବାକୁ ପଡିବ !!
➡️ସରଳତା ଏଵଂ କପଟଶୂନ୍ୟତା ପ୍ରତ୍ୟେକ ଈଶ୍ୱରାଶ୍ରୟୀ ଲୋକର ଲକ୍ଷଣ !!
➡️ସତ୍ୟ ନିମନ୍ତେ ସବୁକିଛି ତ୍ୟାଗ କରାଯାଇ ପାରେ, ମାତ୍ର ସତ୍ୟକୁ କୌଣସି ବସ୍ତୁ ପାଇଁ ତ୍ୟାଗ କରିବା ଉଚିତ ନୁହେଁ !!
ଆଜିର ସୁଵିଚାର
➡️ଯାହାଙ୍କର ସକଳ କର୍ମର ଆରମ୍ଭ କାମନା ଓ ସଂକଳ୍ପ ରହିତ ଏବଂ ଯାହାଙ୍କର କର୍ମ ସବୁ ଜ୍ଞାନାଗ୍ନି ଦ୍ୱାରା ଦଗ୍ଧିଭୂତ ସେମାନଙ୍କୁ ଜ୍ଞାନିଜନମାନେ ପଣ୍ଡୀତ ବା ଯୋଗୀ ବୋଲି କହିଥାନ୍ତି !!
➡️ପ୍ରଥମେ ଆଚରଣ, ତାପରେ ପ୍ରବଚନ । ଆଚରଣ ନାହିଁ ତ ପ୍ରବଚନ ନଦେବା ଭଲ !!
➡️ସମଗ୍ର ସଂସାର ତୁମ ପାଇଁ ବଦଳିଯିବ ନାହିଁ, ତୁମେ ନିଜକୁ ନିଜେ ବଦଳାଅ !!
➡️ପ୍ରତିଯୋଗିତା ନୁହେଁ, ସହଯୋଗ ହିଁ ତୁମ ଜୀବନର ମୂଳମନ୍ତ୍ର ହେଉ !!
➡️ଆତ୍ମଜ୍ଞାନ ପରି ପବିତ୍ରକାରକ ଏ ଜଗତରେ ଆଉ କିଛି ନାହିଁ ।ସେହି ଜ୍ଞାନ ସ୍ୱୟଂ ଯୋଗସିଦ୍ଧ ଅବଶ୍ୟ ନିଜ ଅନ୍ତର ମଧ୍ୟରେ ଅନୁଭବ କରିପାରିବ !!
➡️ସଦାଚାର ଓ ପରୋପକାର ବଳରେ ଆତ୍ମସାକ୍ଷାତ୍କାର ଲାଭକର !!
ସତ୍ୟ କଥନ
ବିବାହ ସମୟରେ ବରକନ୍ୟା ହଳଦୀ ଲଗାନ୍ତି କାହିଁକି?
ହଳଦୀ ଲଗାଇବା ଦ୍ୱାରା ଚର୍ମରୋଗ ଭଲ ହୁଏ। ଚର୍ମରେ ଥିବା ରୋଗ ଜୀବାଣୁମାନେ ମରିଯାନ୍ତି। ଚର୍ମ ଉଜ୍ଜ୍ବଳ ଓ କାନ୍ତିଯୁକ୍ତ ହୁଏ। ଦେହର ଦୁର୍ଗନ୍ଧ ଦୂର ହୁଏ। ବିବାହରେ ବର,କନ୍ୟାଙ୍କ ଦୈହିକ ମିଳନ ହୁଏ। ସେମାନଙ୍କ ଦେହକୁ ଜୀବାଣୁ ଶୂନ୍ୟ, ନିର୍ମଣ, ଉଜ୍ଜ୍ୱଳ, ସୁଗନ୍ଧିତ ଓ ଆକର୍ଷଣୀୟ କରିବାପାଇଁ ବିବାହ ପୂର୍ବରୁ ହଳଦୀ ଲଗାଇ ଗାଧେଇବା ବ୍ୟବସ୍ଥା ଅଛି। ଏହା ବ୍ୟତୀତ ହଳଦୀ ଲଗାଇଲେ କାମୋତ୍ତେଜନା ହ୍ରାସ ପାଇ ଶୃଙ୍ଖଳିତ ହୁଏ। ଜ୍ୟୋତିଷ ମତରେ ବିବାହ ସମୟରେ ହଳଦୀ ଲଗାଇଲେ ମଙ୍ଗଳ ଦୋଷ ଶାନ୍ତି ହୁଏ, ଯାହା ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ।ଜୟ ଜଗନ୍ନାଥ।

Leave A Reply

Your email address will not be published.