ନିଆଁ ପାଇଁ ଗଲା ଦୂଇ ଜୀବନ

0 261

ଯାଜପୁର,୨୧/୩(ଏସ ଏସ ନିୟୁଜ)ଯାଜପୁର ଅଞ୍ଚଳରେ ଦୁଇଟି ଦୁଃଖଦ ଘଟଣା ଘଟିଛି। ନିଆଁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ନିଆଁ ଲାଗି ୧୨ବଖରା ଘର ପୋଡିଯାଇଛି। ପ୍ରକାଶ ଯେ,ବାଲିଚନ୍ଦ୍ରପୁର ଥାନା ଅଧିନ ନଳିନୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ମା ଓ ପୁଅଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ୭ ବର୍ଷର ପୁଅ ସହ ମାଆ ଚାନ୍ଦ ବିବି ।ସାରା ବିବିଙ୍କ ଘରେ ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା । ପରବର୍ତ୍ତୀ ସମୟରେ ନିଆଁକୁ ଗ୍ରାମବାସୀ ଆୟତ୍ତ କରିଥିଲେ। ପରେ ଖବର ପାଇ ମାଆ ଆସିଥିବା ବେଳେ ସାଙ୍ଗରେ ଛୋଟ ପୁଅଟି ଥିଲା । ଚାଳ ଘରେ ସର୍ଟ ସର୍କିଟରେ ନିଆଁ ଲାଗି ଥିବାରୁ ଯାଇଥିବା ଘର ପାଖରେ ଏକ ଟିଣ ବିଦ୍ୟୁତ ତାର ସହ ସଂଯୋଗ ହୋଇ ରହିଥିଲା। ଘର ଭିତରକୁ ପ୍ରବେଶ କରିବା ସମୟରେ ମା ଓ ପୁଅ କରେଣ୍ଟ ଖାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେହିପରି ଧର୍ମଶାଳା ଥାନା ଅଧିନ କୁଣ୍ଡପାଟଣା ଗାଁର ପୃଷ୍ଟି ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ବାର ବଖରା ଘର ଜଳି ପାଉଁଶ ହୋଇଯାଇଛି ।
ପ୍ରକାଶ ଯେ, ପଡୋଶୀଙ୍କ ରୋଷେଇ ଘରୁ ନିଆଁ ଲାଗିଯିବାରୁ ଗ୍ୟାସ୍ ଟାଙ୍କିଟି ବିସ୍ଫୋରଣ ହୋଇଥିଲା । ସେହି ଘରକୁ ଲାଗିଥିବା ପାଖାପାଖି ପନ୍ଦର ପାରିବାରଙ୍କର ବାର ବଖରା ଘର ନିଆଁରେ ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।କିନ୍ତୁ ତିନୋଟି ମଟର ସାଇକେଲ ସହ ଘରର ଆସବା ପତ୍ର ପୋଡି ଯାଇଥିଲା।

Leave A Reply

Your email address will not be published.