ମୋ କଲେଜ ଅଭିଯାନରେ ଯୋଡିହେଲେ କଲେଜ ଛାତ୍ରଛାତ୍ରୀ

0 377

ବାରଙ୍ଗ,୨୧/୩( ଏସଏସନିୟୁଜ)ଆଜି ସାରା ରାଜ୍ୟରେ ମୋ କଲେଜ ଅଭିଯାନ ନାମକ ଅନଲାଇନ୍ ପ୍ରାର୍ଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ନେବାର ଦକ୍ଷତା ବୃଦ୍ଧି କରିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନଫରେନ୍‌ସିଂରେ ଏହି ଅଭିଯାନର ଶୁଭାରମ୍ଭ କରି କହିଥିଲେ, ମୋ କଲେଜ ଅଭିଯାନ ଦ୍ବାରା ବିଶ୍ବର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତି ବିଶେଷ ନିଜର ପୁରୁଣା କଲେଜ ସହିତ ଯୋଡ଼ି ହୋଇପାରିବେ। ମୋ ସ୍କୁଲ ଭଳି ମୋ କଲେଜ ଅଭିଯାନ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି କାର‌୍ୟ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ଚାହିଁଲେ ନିଜ କଲେଜର ବିକାଶ ପାଇଁ ପାଣ୍ଠି ଦାନ କରିପାରିବେ। ସେହି ଅନୁପାତରେ ରାଜ୍ୟସରକାର ମଧ୍ୟ ସହାୟତା ଦେବେ। ମୋ କଲେଜ ଆମ ଅତୀତ ସହିତ ଯୋଡ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଥିଲେ। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଭିଡିଓ କନଫରେନ୍‌ସିଂ ଜରିଆରେ ବିଭିନ୍ନ କଲେଜରେ ଅଧ୍ୟକ୍ଷ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିଲେ।

ଏହି ଅଭିଯାନରେ ନିଜକୁ ସାମିଲ କରିଛି ବାରଙ୍ଗ  କୁଞ୍ଜବିହାରୀ ମହାବିଦ୍ୟାଳୟ ।ମହାବିଦ୍ୟାଳୟ ପରିସରରେ ଅପରାହ୍ନ ୪ ଟା ୧୫ ସମୟରେ ଅଧ୍ୟକ୍ଷ ସୁଧାଂଶୁ କୁମାର ଲେଙ୍କାଙ୍କ ଉପସ୍ଥିତିରେ ବହୁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଅନ୍ତର୍ଯ୍ୟାମୀ କୁଅଁର,ଭଗବାନ ଜେନା,ପ୍ରାକ୍ତନ ଅଧ୍ୟକ୍ଷ ବିମଳ ଚରଣ ଦାଶ, ଫକୀର ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସଭାକୁ ମୋ କଲେଜ ଅଭିଯାନର କୋଅର୍ଡିନେଟର ଅନୀଲ ପାଢୀ ପରିଚାଳନା କରିଥିଲେ।ମହାବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଙ୍କ ସମେତ ଅଞ୍ଚଳର ବହୁ ମନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ। ସେହିଭଳି ଭାବେ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଜି ମୋ କଲେଜ ଅଭିଯାନ” ର ଶୁଭାରମ୍ଭର Livestream ଦେଖିବା ପାଇ ବିଧିବଦ୍ଧ ଯୋଜନା କଲେଜ ପକ୍ଷରୁ ଅଧକ୍ଷ ପ୍ରଶାନ୍ତ ରାଉତ କରିଥିଲେ । ମୁଖ୍ୟମନ୍ତ୍ରୀ ରବିବାର ୨୧ ମାର୍ଚ୍ଚ,ଦିନ ୪ ଟା ବେଳେ “ମୋ କଲେଜ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ କଲେଜ ସହ ଯୋଡିବାର ଏକ ଅନନ୍ୟ ପ୍ରୟାସ। ତେଣୁ ଏଥିପାଇଁ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ, ଅଭିବାବକ, ଅଧ୍ୟାପକ ,ଶିକ୍ଷାବିତ ଓ ବର୍ତମାନ ବିଦ୍ୟାର୍ଥୀଙ୍କର ଏକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତେ ମିଶି Livestream ଦେଖିବା ସହ,କଲେଜର ବିକାଶ ପାଇଁ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ , Allumni Association ସମ୍ପାଦକ ସ୍ନେହାଶୀଷ ପତି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ( ବାରଙ୍ଗ ରୁ ଗୌତମ ରାଉତ ଙ୍କ ରିପୋର୍ଟ )

 

 

 

 

 

 

 

Leave A Reply

Your email address will not be published.