ଡାହାଣୀ ସାଜିଲା ମା , ୩ଛୁଆକୁ ବିଷ ଦେଇ ନିଜେ ପିଇଲା ବିଷ

0 412

ଚନ୍ଦକା-୨୮/୩(ଏସଏସଏନ୍)  ଡାହାଣୀ ସାଜିଲା ମା । ଏଭଳି ଘଟଣା ଚନ୍ଦକା ଥାନା ଅଂଚଳରେ ଘଟିଛି । ନିଜର ଛୁଆକୁ ବିଷ ଦେଇ ମାରିଦେଇଛି । ଘଟଣା ଜଣାପଡେ ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଇ ଗାଁ ର ଜାନକୀ ଗାଗାରେଇ ନାମକ ଜଣେ ବିଧବା ମହିଳା ତାର ୩ ଛୁଆ ଓ ଦିଅର ସହ ରହୁଥିଲେ । ଆଜି ସକାଳେ ଦିଅର କାମକୁ ଯାଇଥିବା ବେଳେ ଜାନକୀ ୩ ଛୁଆଙ୍କୁ ବିଷ ଦେଇ ନିଜେ  ଆତ୍ମହତ୍ଯା ଉଦ୍ୟମ କରିଥିବା ଜଣାପଡିଛି । ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଁଛି  ବିଷକ୍ରିୟାରେ ୨ ପୁଅ  ମୃତ ହୋଇଥିବା ବେଳେ ସନ୍ତାନ ଓ ମା ଗୁରୁତର ଅବସ୍ଥାରେ ୬ନମ୍ବର ବଡ଼ ମେଡିକାଲ କୁ ପଠାଇଛନ୍ତି । ପୁଅ ଓ ମା  ଚିକିତ୍ସାଧୀନ ହେଉଥିବା ଜଣାପଡିଛି । ଅନ୍ୟପଟେ କଣ ପାଇଁ ଜାନକୀ ଏଭଳି କାଣ୍ଡ କଲେ ସେନେଇ ଚନ୍ଦକା ଥାନା ପୋଲିସ ର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.