ଧଳାବାଘୁଣୀ ବିଜୟା ହେଲା ମା

0 273

ବାରଙ୍ଗ,୨୮/୩(ଡିଏନଏ)ନନ୍ଦନକାନନର ଅନ୍ୟତମ ଆକର୍ଷକ ଧଳା ବାଘୁଣୀ ଓ ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲିମହାବଳବାଘ ସେଫ୍‌ସ୍ମିଳନ ସଫଳ ହୋଇଛି । ଫଳସ୍ୱରୁପ ତୃତୀୟଥରପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଛି ବିଜୟା ।ରବିବାରଦିନ ସକାଳ୧୧ଟାରେ ଗୋଟିଏ ଶାବକକୁ ଜନ୍ମ ଦେଇଛି ବିଜୟା ।ତେବେ ଗତକିଛିଦିନ ହେବ ବିଜୟାକୁ ନନ୍ଦକାନନ କର୍ତୁପକ୍ଷ ବିଜୟାକୁ ଅଲଗା କରି ରଖିବା ସହ ସ୍ୱତନ୍ତ୍ର ଦୃଷ୍ଟି ତା ଉପରେ ରଖିଥିଲେ ।ସିସିକ୍ୟାମେରା ମାଧ୍ୟମରେ ତାର ଗତିବିଧିକୁ ମଧ୍ୟ ଅନୁଧ୍ୟାନ କରିଥିଲେ ।ପବିତ୍ର ଦୋଳପୁର୍ଣିମା ଅବସରରେ ବିଜୟା ଜନ୍ମଦେବାର ଖବର ପ୍ରଚାରିତ ହେବାପରେ କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.