ଭାଉଜ ରଚିଲା ପ୍ରେମ କାହାଣୀ

0 708

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ କୌଣସି କଥାକୁ ନେଇ ଉଭୟ ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ପ୍ରତିଶୋଧପରାୟଣ ହୋଇ ଭାଉଜ କାବେରୀ ନଣନ୍ଦ ଗୁଗୁଲିକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍ କାଟ ହୋଇଥିବା ସମୟରେ ଅନ୍ଧାରର ସୁଯୋଗ ନେଇ କାବେରୀ ଏକ ଛୁରୀରେ ଗୁଗୁଲିଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ନିଜ ଉପରୁ ଦୋଷ ଖସାଇବାକୁ ଏହାକୁ ଏକତରଫା ପ୍ରେମର ରୂପ ଦେଇଥିଲା। ଏକତରଫା ପ୍ରେମରୁ ଜଣେ ଯୁବକ ଘରେ ପଶି ଗୁଗୁଲିକୁ ହତ୍ୟା କରାଯାଇଛି ବୋଲି ଭାଉଜ କାହାଣୀ ରଚିଥିଲେ। ଏହା ସହ ଗାଁର ଜଣେ ଯୁବକଙ୍କ ନାମକୁ ଅଭିଯୋଗରେ ଯୋଡିଥିଲେ। କିନ୍ତୁ ଏହି କାହାଣୀକୁ ପୁଲିସ ସହଜରେ ବିଶ୍ବାସ କରିପାରିନଥିଲା। ଭାଉଜ ଉପରେ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଅଧିକ ପଚରାଉଚରା ପରେ ହତ୍ୟାକରୀ ଭାଉଜ ପୁଲିସ ଆଗରେ ସବୁ ସତ ମାନିଯାଇଥିଲା । ପରେ ପୁଲିସ ହତ୍ୟାକରୀ ଭାଉଜକୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ହତ୍ୟାକାରୀ ଭାଉଜକୁ ଜେଲ ହାଜତକୁ ଯିବାକୁ ପଡିଛି ।

Leave A Reply

Your email address will not be published.