ଆଜି ୯, ୮୮୯ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

0 264

ଭୁବନେଶ୍ବର,୫/୫ (ଏସଏସନିୟୁଜ)  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆଜି ୯,୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କମଧ୍ୟରୁ ୫୬୧୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୨୭୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାସବୁଠାରୁ।।ଗରେ ରହି ସଂକ୍ରାମିତଙ୍କ ସଂଖ୍ୟା ୧୩୩୧ରେ ରହିଛି ।ସେହିଭଳିଭାବେ ସୁନ୍ଦରଗଡ଼-୧୧୩୭, କଟକ-୭୯୦, କେନ୍ଦୁଝରରୁ ୧୯୫, ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ଦେବଗଡରୁ ୭୫, ଅନୁଗୁଳରୁ ୪୪୩, କଳାହାଣ୍ଡିରୁ ୪୧୪, ପୁରୀରୁ ୪୩୬, ଝାରସୁଗୁଡାରୁ ୩୮୬, ସୁବର୍ଣ୍ଣପୁରରୁ ୧୫୮, ନୂଆପଡାରୁ ୩୩୫, ବଲାଙ୍ଗିରରୁ ୩୨୬, ଯାଜପୁରରୁ ୨୮୨, ଷ୍ଟେଟପୁଲରୁ ୨୪୯, ମୟୂରଭଞ୍ଜରୁ ୨୪୩, ନୟାଗଡରୁ ୨୨୩, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡାରୁ ୧୩୩, ବୌଦ୍ଧ ଓ ରାୟଗଡାରୁ ୧୨୯ ଲେଖାଏଁ, ଗଜପତିରୁ ୧୧୭, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବାନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । । ସେହିଭଳିଭାବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏହିମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ. ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.