କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍

ଖବର ଆଜିର,ତାରିଖ ୦୫--୦୫-୨୦୨୧/ ବୁଧବାର

0 269

୧-କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା ।
୨-କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ
୩-ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ ।
୪-ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ।
୫–ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କଲା ବାଇଡେନ୍ ପ୍ରଶାସନ ।
୬-ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ ।
୭-ଦେଶରେ ବଢ଼ୁଛି ମୃତ୍ୟୁସଂଖ୍ୟା, ଦୁଇକୋଟି ଟପିଲା କରୋନା ପଜିଟିଭ୍ ।
୮-ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ ।
୯-ପୁଣି ଲୋକଙ୍କ ରୋଜଗାର ଛଡାଇନେଲା କରୋନା ମହାମାରୀ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ୪ ମାସରେ ସର୍ବୋଚ୍ଚସ୍ତର ଛୁଇଁଲା ବେକାରୀ ହାର ।
୧୦-ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେଟ୍ଟ।
୧୧-ସୁପ୍ରିମକୋର୍ଟରେ ପହଞ୍ଚିଲା ବେଙ୍ଗଲ ହିଂସା ମାମଲା, ରାଷ୍ଟ୍ରପତି ଶାସନ ଏବଂ ସିବିଆଇ ତଦନ୍ତ ପାଇଁ ଦାବି ।
୧୨-ଇମୋସ୍ନାଲ ହେଲେ ଜେପି ନଡ୍ଡା, କହିଲେ ଏଭଳି ହିଂସା ଭାରତ ବିଭାଜନ ବେଳେ ହୋଇଥିଲା ।
୧୩-ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।
୧୪-ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ଅଚଳ କଲା ଟ୍ୱିଟର ।
୧୫-ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ ଘ-୪୪୦କ ଅତ୍ୟନ୍ତ ବିପଜ୍ଜନକ, ରହିଛି ୧୦ ଗୁଣ ଅଧିକ ଦ୍ରୁତ ବିସ୍ତାର କରିବାର କ୍ଷମତା ।
୧୬-ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର, ଜନ୍ମସ୍ଥାନରେ ମ୍ୟୁଜିଅମ ଓ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
୧୭-ବ୍ରିଟେନରେ କାରବାର ବଢାଇବ ସେରମ୍ ଇନଷ୍ଟିଚ୍ୟୁଟ୍; ଟିକା ଉତ୍ପାଦନ ପାଇଁ ୨,୪୫୭ କୋଟି ଟଙ୍କା ନିବେଶ କରିବେ ପୁନାୱାଲା ।
୧୮-ଲକଡାଉନ୍ ପାଇଁ କମିଶନରେଟ୍ ପୋଲିସର ବିଶେଷ ବ୍ୟବସ୍ଥା : ଅଭିଯୋଗ ଆଣିବାକୁ ଘରକୁ ଯିବ ପୋଲିସ, ବାହାନା କରି ବାହାରେ ବୁଲିଲେ ନିଆଯିବ ଦୃଢ କାର‌୍ୟ୍ୟାନୁଷ୍ଠାନ ।
୧୯-ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ମାମଲା ରେ ନ୍ୟାୟ ମାଗିଲା ବିଶ୍ୱବିଦ୍ୟାଳୟ ମହାସଂଘ, କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା। ।
୨୦-ଦେଶରେ ରେମଡେସିଭିର ପ୍ରଡକ୍ସନ ତିନିଗୁଣା ବୃଦ୍ଧି, ଏବେ ପ୍ରତି ମାସରେ ୧.୦୫ କୋଟି ଇଞ୍ଜେକ୍ସନ୍ ହେବ ପ୍ରସ୍ତୁତ ।
୨୧-JEE ମେନ୍ ମେ’-୨୦୨୧ ପରୀକ୍ଷା ସ୍ଥଗିତ ।
୨୨-ଭାରତରେ ପ୍ରଥମଥର ପଶୁଙ୍କ ଦେହରେ ଚିହ୍ନଟ ହେଲା କରୋନା ଭୂତାଣୁ । ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହ କରୋନା ସଂକ୍ରମିତ ।
୨୩-ଲକଡାଉନରେ ଗଡିବନି ମୋ ବସ୍ । କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା।
୨୪-ଆଫଗାନିସ୍ତାନରେ ଆତଙ୍କ ମଚାଉଛି ତାଲିବାନ, ୨୪ ଘଣ୍ଟାରେ ୧୪୧ ଥର ଆକ୍ରମଣ, ୪୩୮ ମୃତ ।
୨୫-ଆଜିଠୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି : ଅନଲାଇନ କ୍ଲାସ ଓ ପରୀକ୍ଷା ମନା .
।ଶୁଭ ସକାଳ।କରୋନାର ୨ୟ ଲହର ଅଧିକ ଘାତକ ଅଟେ, ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ, ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ଘରକୁ ଫେରିଲେ ହାତ ଧୁଅନ୍ତୁ ଓ ଯେକୌଣସି ପରିସ୍ଥିତିରେ ଦୂରତା ବଜାୟ ରଖନ୍ତୁ। ମାସ୍କ ପିନ୍ଧିବା, ହାତ ଧୋଇବା ଓ ଶାରୀରିକ ଦୂରତା ରଖିବା ଆମର ନୈତିକ ଦାୟୀତ୍ୱ – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର

Leave A Reply

Your email address will not be published.