ଆଜିର ଅନୁଚିନ୍ତା

 ତାରିଖ - ୦୫:୦୫:୨୦୨୧ ( ବୁଧବାର)

0 938

➡️ନଇଁବା ଅର୍ଥ ନୁହେଁ ଯେ ଆପଣ ନିଜର ସମ୍ମାନ ହରାଇଦେଲେ, କାହିଁକି କି ନା ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବା ପାଇଁ ନଇଁ ବାକୁ ହିଁ ପଡିଥାଏ ।
➡️ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ ।
➡️”ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼େଇବାକୁ ଚାଲି ଆସନ୍ତି ସେଥିପାଇଁ ତ ଶବ ଟିଏ ଗଲା ବେଳେ ସମସ୍ତେ ପଛରେ ଚାଲିନ୍ତି ଆଉ ବରଯାତ୍ରୀ ଗଲା ବେଳେ ସମସ୍ତେ ଆଗରେ ଚାଲନ୍ତି !
➡️ଜୀବନକୁ ସବୁବେଳେ ହସି ଖେଳି ବିତାଅ କାହିଁକି ନା ତୁମେ ବି ଜାଣିନ ଏ ଜୀବନ ଆଉ କେତେ ବାକି ଅଛି ।
➡️Life ରେ ସବୁବେଳେ ଏମିତି ଲୋକମାନଙ୍କ ସହିତ ରହନ୍ତୁ ଯାହାର Heart ଚେହେରା ଠାରୁ ଅଧିକ ସୁନ୍ଦର ହେଇଥିବ ।
➡️ସବୁବେଳେ ନିଜର ଭୁଲ୍ କୁ ସ୍ୱୀକାର କରନ୍ତୁ , କାହିଁକିନା ଭୁଲ୍ ସ୍ୱିକାର କରିଲେ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ ଆଉ ନିଜକୁ ସୁଧାରିନେବାର ବାଟ ମଧ୍ୟ ପାଇଯାଏ !
➡️”ବାହାର ଲୋକ ମାନଙ୍କ ଠାରୁ ମିଳିଥିବା ” ସମ୍ମାନ ” ଆଉ ନିଜର ଲୋକମାନଙ୍କ ଠାରୁ ମିଳିଥିବା ଅପମାନ  , ଏ ଦୁଇଟି କଥା ମଣିଷ ତାର ଜୀବନ ସାରା ଭୁଲି ପାରେ ନାହିଁ !
➡️”ବୁଝେଇବାର ଗୋଟେ ସୀମା ଥାଏ , ଆଉ ସହିବାର ବି ଗୋଟେ ସୀମା ଥାଏ , ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର୍ କରିଦିଏ ସବୁକିଛି ସେହିଠାରେ ହିଁ ସରିଯାଏ !
➡️”ସମାଜ ଆଜି ଏମିତି ହୋଇଯାଇଛି ଯେ ଏଠି ସତ୍ ପଥଗାମୀ ମଣିଷମାନେ ଅବହେଳିତ ଆଉ ଅସତ୍ ପଥଗାମୀ ମଣିଷମାନେ ସମ୍ମାନିତ , କିନ୍ତୁ ଏହା କ୍ଷଣସ୍ଥାୟୀ !
➡️”ବିପଦରେ ପଡିଥିବା ସମୟରେ ଯେଉଁ ବ୍ୟକ୍ତି ସର୍ବ ପ୍ରଥମେ ମନେ ପଡନ୍ତି , ସେ ହିଁ ଆମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ ହୋଇଥାନ୍ତି !
➡️”ନିୟତି କୁ କେହି ବି ବଦଳେଇ ପାରିବେ ନାହିଁ , ଖାଲି ଉପଯୁକ୍ତ ” ସମୟ ” ଆସିବାକୁ ଟିକିଏ ” ସମୟ ” ଦିଅ , ” ସମୟ ଆସିଲେ ନିଶ୍ଚିତ ” ସମୟ ” ହିଁ ଉତ୍ତର ଦେବ !ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!

Leave A Reply

Your email address will not be published.