ଅନ୍ଧବିଶ୍ୱାର କୁପରିଣତି -କରୋନା ପରୀକ୍ଷା କରୁନାହାନ୍ତି ଗ୍ରାମବାସୀ

0 526

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶ କରୋନା ସଂକ୍ରମଣ ସହିତ ସଂଘର୍ଷ କରୁଛି ଏବଂ ଏହି ସଂକ୍ରମଣ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ବିହାରରେ ଏପରି ଏକ ଗାଁ ରହିଛି ଲୋକଙ୍କ ସଚେତନତା ଅଭାବରୁ କିମ୍ବା ସେମାନଙ୍କ ଜିଦ୍ ହେତୁ ସେମାନେ କରୋନା ପରୀକ୍ଷା ଓ ଟିକା ନେବାକୁ ପ୍ରସ୍ତୁତ ନୁହଁନ୍ତି । ପଞ୍ଚାୟତର ମୋଟ ଜନସଂଖ୍ୟା ପ୍ରାୟ ୧୨ ହଜାର ଥିବାବେଳେ ଖୁଦିଆ ଗାଁର ଜନସଂଖ୍ୟା ମାତ୍ର ଦଶ ହଜାର।ଏବେପନ୍ଦର ଦିନ ମଧ୍ୟରେ ଏହି ଗାଁରେ ଥଣ୍ଡା, କାଶ, ଜ୍ୱର, ଶ୍ୱାସ ନେବାରେ ଅସୁବିଧା ହୋଇ ଦଶ ଜଣଙ୍କର ମୃତ୍ୟୁ ଘଟିଲାଣି । ବର୍ତ୍ତମାନ ଗାଁରେ ଶହେରୁ ଅଧିକ ଲୋକ ଥଣ୍ଡା, କାଶ ଏବଂ ଜ୍ୱରରେ ପୀଡିତ ଅଛନ୍ତି, କିନ୍ତୁ କରୋନା ପରୀକ୍ଷା ନକରି ଗାଁରେ ଥିବା ଜଣେ ଗ୍ରାମୀଣ ଡାକ୍ତରଙ୍କ ଦ୍ୱରା ଚିକିସ୍‌ିତ ହେଉଛନ୍ତି ।ସେଠାକାର ଲୋକମାନଙ୍କ ମଧ୍ୟରେ ଟିକାନେଲେ ଲୋକମାନେ ମରିଯାଆନ୍ତି ଓ ଯଦି ଜଣାପଡେ ତେବେ ତେବେ ଅଲଗା ରହିବାକୁ ପଡିବ ଆଦି ସଙ୍କାକୁ ନେଇ ଏହି ଲାକେମାନେ ବଂଚିଛନ୍ତି ବୋଲି ଜଣାପଡିଛି । ଅନେକ ଥର ସ୍ୱାସ୍ଥ୍ୟ ବିଭାଗ ଦଳ ଏହି ଗ୍ରାମକୁ ଟିକା ଦେବାକୁ ଏବଂ କରୋନା ଯାଞ୍ଚ କରିବାକୁ ଆସିଛନ୍ତି, କିନ୍ତୁ ସଚେତନତାର ଅଭାବ ଯୋଗୁ ଏକ ପ୍ରକାର ଭୟ ରହିଛିା ଯେଉଁଥିପାଇଁ ଲୋକମାନେ କରୋନା ପରୀକ୍ଷା ଦେବାକୁ ଚାହାଁନ୍ତି ନାହିଁ କିମ୍ବା ଟିକା ନେବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ଯାଦବ କହିଛନ୍ତି ।

 

Leave A Reply

Your email address will not be published.