କରୋନାରୁ ରକ୍ଷା ପାଇବା ପାଇଁ ଗୋମୁତ୍ର ସ୍ନାନ

0 296

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ) କରୋନା କାରଣରୁ ଏପର୍ଯ୍ୟନ୍ତ ଦେଶରେ ୨ ଲକ୍ଷରୁ ଉର୍ଦ୍ଧ ମୃତ୍ୟୁ ଘଟିଛି, ଏହି ମୃତ୍ୟୁସଂଖ୍ୟା ପାଞ୍ଚ ଗୁଣ ଅଧିକ ହୋଇପାରେ ବୋଲି ଅନେକ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ।କରୋନା ମହାମାରୀର ପ୍ରକୋପ ଦିନକୁଦିନ ବଢିବାକୁ ଲାଗିଥିବାବେଳେ ଏଥିରୁ ରକ୍ଷାପାଇବାପାଇଁ ଲୋକମାନେ ଗୋବର-ଗୋମୁତ୍ରାରେ ସ୍ନାନ କରୁଛନ୍ତି ।ଏହିଭଳିଘଟଣା ଗୁଜୁରାଟର କିଛି ଗ୍ରାମାଂଚଳରେ ଦେଖିବାକୁ ମିଳିଛି । କରୋନା ଜୀବାଣୁ ମହାମାରୀର ଦ୍ୱିତୀୟ ତରଙ୍ଗ ଭାରତରେ ସର୍ବାଧିକ ପ୍ରଭାବ ପକାଇଛି । ସହର ତଥା ଗ୍ରାମରେ ମଧ୍ୟ ଏହି ଜୀବାଣୁ ସଂକ୍ରମିତ କରିଚାଲିଛି ।ଏହିଭଳିସ୍ଥିତିରେ କରୋନାକବଳରୁ ନିଜକୁ ରକ୍ଷା ପାଇବା ପାଇଁ ଏକ ଅଜବ ବିଶ୍ୱାସକୁ ଭରଷା କରୁଛନ୍ତି । ଗୁଜଜୁରାଟର କିଛି ଗାଁରେ ଲୋକମାନେ ନିଜ ଶରୀରରେ ଗୋବର ଘସିବା ସହ ଗୋବର ସ୍ନାନ କରୁଛନ୍ତି ଓ ଗୋମୁତ୍ର ପିଉଛନ୍ତି ।ପରେ ସେମାନେ ଯୋଗ କରୁଛନ୍ତି ।ଲୋକମାନଙ୍କର ବିଶ୍ୱାସ ରହିଛି ଯେ ଏପରି କଲେ କରୋନା କବଳରୁ ରକ୍ଷା ମିଳିଯିବ ।କିନ୍ତୁ ଏହାକୁ ଡାକ୍ତର ଅସ୍ୱିକାର କରିବା ସହ କରୋନା ଭଲହେବାପାଇଁ ଗୋମୁତ୍ର ଓ ଗୋବର କୁ ନେଇ କୈାଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଗୋବର ଖାଇବା ଦ୍ୱାରା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ରୋଗ ହେବାର ଆଶଙ୍କା ରହିଥିବାବେଳେ କରୋନାକୁ ଭଲ କରିବାର କୈାଣସି ଲକ୍ଷଣ ନାହିଁ ବୋଲି ଡାକ୍ତରମାନେ କହିଛନ୍ତିା

Leave A Reply

Your email address will not be published.