ଭୁବନେଶ୍ୱର,୧୩/୫(ଏସଏସନିୟୁଜ) ଲକଡାଉନ୍ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୱାର୍କିଂ, ସାଇକ୍ଲିଂ ନକରିବାକୁ ଲୋକଙ୍କୁ କହିଲେ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି। ଲକ୍ ଡାଉନର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି। ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ କେବଳ ଜରୁରୀକାଳୀନ କାର୍ୟ୍ୟକୁ ଅନୁମତି ଦିଆଯାଇଛି । ଲୋକମାନଙ୍କ ସକାଳେ ୧ ଘଣ୍ଟା ପାଇଁ ମଣ୍ଣିଂ ୱାକ୍ ଓ ସାଇକ୍ଲିଂ କରିବା ପାଇଁ ଅନୁମତି ଦିଆଯାଇଥିଲା । ମଣ୍ଣିଂ ୱାକ୍ ନାମରେ କରୋନା ଗାଇଡଲାଇନ୍ ଭାଙ୍ଗୁଥିବାର ଜଣାପଡିବାପରେ ତାହା ଉପରେ ରୋକ୍ ଲଗାଇଛନ୍ତି ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ।