ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ

ଆଜିର ଖବର,ତାରିଖ–୧୬ ମଇ ୨୦୨୧(ରବିବାର)

0 362

୧. ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘୋଷିତ: ଶେଫାଳିଙ୍କୁ ଦିନିକିଆ ସୁଯୋଗ, ଶିଖା ଓ ତାନିଆ ଫେରିଲେ ।
୨. ପ୍ରିମିୟର ଲିଗ୍ ଫୁଟବଲ୍, ମେସିଙ୍କୁ ଟପିଲେ ଟୋରେସ୍ ।
୩. ବୀରୁଙ୍କ ବଦାନ୍ୟତା, ଯୋଗାଇଲେ ୫୦,୦୦୦ ମାଗଣା ମିଲ୍ ।
୪. ଆଇପିଏଲ୍‌ ନିଲାମରେ ସାମିଲ ହୋଇପାରନ୍ତି ଆମିର ।
୫. ନୂଆଦିଲ୍ଲୀ : ଦୈନିକ ମୃତ୍ୟୁ ୪ହଜାର ତଳକୁ ଖସିଲା, ଲଗାତାର ୪ର୍ଥ ଦିନ ପାଇଁ ନୂଆ ମାମଲାଠୁ ଅଧିକ ସୁସ୍ଥ ।
୬. କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ମୋହନଗିରି ଠାରେ ଗୋଟିଏ ପରିବାରର ୩ ପିଢ଼ିର ବାପ-ପୁଅ ୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି।
୭. ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ।
୮. ନୂଆଦିଲ୍ଲୀ : ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ।
୯. ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ: ସାମୁଦ୍ରିକ ଝଡ଼ ‘ତାଉକତେ’କୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନ୍ ବାତିଲ୍ସ୍ୱ ଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପଶ୍ଚିମ ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି ।
୧୦. ମୟୂରଭଞ୍ଜରେ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ଆଶା ଉଜ୍ଜ୍ବଳ, ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୧. ମାଲକାନଗିରିକୁ ଛାଡି ବାକି ଜିଲ୍ଲାରେ ତାତିରୁ ସାମାନ୍ୟ ଆଶ୍ବସ୍ତି । କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
୧୨. ନୂଆପଡ଼ା ଜିଲାର ଚିତ୍ରଶିଳ୍ପୀମାନେ ରାଜ୍ୟର ସର୍ବବୃହତ ପ୍ରାଚୀର ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି।
୧୩. ମାଲକାନଗିରି ବଣ୍ଡା ଜନଜାତିଙ୍କ ନିକଟରେ କୋରୋନା ପହଞ୍ଚିଛି । ଏହି ଆଦିମ ଜନଜାତିଙ୍କ ମଧ୍ୟରେ ୧୨ ଜଣ କୋରୋନା କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି
୧୪. ଆଧାର କାର୍ଡ ନଥିଲେ ବି ହସ୍ପିଟାଲ୍‌ରେ ଭର୍ତ୍ତି ପାଇଁ ରୋଗୀଙ୍କୁ ମନା କରି ପାରିବେ ନାହିଁ ମେଡିକାଲ୍ କର୍ତ୍ତୃପକ୍ଷ: UIDAI ।
୧୫. ଦେଶରେ ଟିକାକରଣକୁ ପୁରିଲା ୪ ମାସ: ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ ।
୧୬. ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି ।
୧୭. କେନ୍ଦ୍ର ସରକାରଙ୍କଠୁ ଆଉ ୧ଲକ୍ଷ ୮୮ହଜାର ୦୧୦ଟି ଡୋଜ୍ କୋଭିଶିଲଡ୍ ଟିକା ଆଜି ଓଡ଼ିଶା ପାଇଛି ।
୧୮. ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କେନ୍ଦ୍ର ଦେଇଥିବା ଭେନଟିଲେଟର ଅବ୍ୟବହୃତ ହୋଇ ରହୁଥିବାରୁ ଉଦବେଗ ପ୍ରକାଶ ।
୧୯. ଭାରତ କିଣିବ ଫାଇଜର ଟିକା । ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ପାଇଁ ଭାରତ ସରକାର କଥାବାର୍ତା କରିଥିବା ସୂଚନା ।
୨୦. ଅନିଶ୍ଚିତତାରେ ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ।
୨୧. ରାଜ୍ୟ ମାଗିବେ ଅଧିକ କ୍ଷତିପୂରଣ, ଜିଏସ୍‌ଟି ପରିଷଦ ବୈଠକ ୨୮ରେ ।
୨୨. ଶ୍ରୀକ୍ଷେତ୍ରରେ ଅନୁକୂଳ ହେଲା ରଥକାଠ ।
୨୩. ମଙ୍ଗଳରେ ପହଞ୍ଚିଲା ଚୀନ ।
୨୪. ସୁନ। ବ୍ୟବସାୟରେ ୧୦ ହଜାର କୋଟି କ୍ଷତି ।
୨୫. ଆହୁରି କଠୋର ହେବ କଟକଣା ; ବଢିପାରେ ଲକଡାଉନ ଅବିଧି ।
୨୬. ଗାଁରେ ହେବ ଡୋର୍-ଟୁ-ଡୋର କରୋନା ଟେଷ୍ଟିଂ ।
କରୋନା ଟିପ୍ସ୍ : ଏମିତିକା କଥା ନିଶ୍ଚେ ଘଟିବ। କରୋନା ହିଁ ଦିନେ ହଟିଯିବ।ନିୟମ ମାନିବା,ମାସ୍କ ପିନ୍ଧିବା,ହାତ ଧୋଇବା। ସାମାଜିକ ଦୁରତ୍ଵ ବଜାୟ ରଖିବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । ଶୁଭସକାଳ ?GOOD MORNING ?

Leave A Reply

Your email address will not be published.