ଆଜିର ଅନୁଚିନ୍ତା

0 403

? ଜୀବନ ଦର୍ଶନ ?
➡️ଭଗବାନ ଯାହାର ଉର୍ଦ୍ଧ୍ବଗତି ଚାହାଁନ୍ତି, ତା’ ଦ୍ବାରା ଶୁଭକର୍ମ କରାନ୍ତି, ଆଉ ଯାହାର ଅଧୋଗତି ଚାହାଁନ୍ତି, ତା’ ଦ୍ବାରା ଅଶୁଭ କର୍ମ କରାନ୍ତି। ଯଦି ଭଗବାନ ସବୁ ଶୁଭା ଶୁଭ କର୍ମ କରାନ୍ତି, ତେବେ ‘ତେବେ ଭଗବାନ କାହାରି କର୍ତ୍ତୃତ୍ବ’ କର୍ମ ଓ କର୍ମଫଳ ସଂଯୋଗ ରଚନା କରନ୍ତି ନାହିଁ, କହିବାତ ଶ୍ରୁତି ବିରୋଧ।
? ଆଜିର ଅନୁଚିନ୍ତା ?
➡️ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧିକ ପସନ୍ଦ କରିଥାଏ , କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକିନା ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ !
➡️ଏମିତି ସମସ୍ତେ ମୁହଁରେ ଖାଲି ନିଜର ନିଜର କହିବେ , ପ୍ରକୃତରେ କିଏ ନିଜର ତାହା ତ କେବଳ ସମୟ ହିଁ କହିବ !
➡️ଏକ ନୂଆ ସକାଳ ସବୁବେଳେ ନୂଆ ଭାବନା ଏବଂ ଉତ୍ସାହ ସହିତ ଆସିଥାଏ . ତାକୁ ସ୍ବାଗତ କରି ନୂତନତା ର ସହିତ କାମ କରିବା ଉଚିତ !
➡️ପ୍ରକୃତରେ ବିଧୂର ବିଧାନରେ ସବୁକିଛି ଅଜବ , କାହିଁକିନା ଏଠି ଆବଶ୍ୟକତା ଟା ହିଁ ଅଭାବରେ ପରିଣତ ହୋଇଯାଉଛି !
➡️ଦୁନିଆରେ ହାରିବା ବୋଲି କିଛି ନାହିଁ ହୁଏତ ଜିତିବ , ନହେଲେ କିଛି ଶିଖିବ . ଖାଲି ଅଭିଜ୍ଞତାଟା ହିଁ ଯଥେଷ୍ଟ !
➡️ଭୁଲ୍ ଯେଉଁମାନେ ରାଗରେ ଭୁଲ୍ କରନ୍ତି ସେମାନେ ବଦଳି ଯାଆନ୍ତି . ଆଉ ଯେଉଁମାନେ ଆତ୍ମଗର୍ବରେ ଭୁଲ୍ କରନ୍ତି ସେମାନେ ଆଦୌ ବଦଳନ୍ତି ନାହିଁ !
? ଆଜିର ସୁବିଚାର ?
➡️”ଅନ୍ୟଙ୍କ ଘରେ ଯାଇଁ ପଞ୍ଚାୟତ ସେଇମାନେ କରନ୍ତି … ଯାହାକୁ ନିଜ ଘରେ କେହି ଇଜ୍ଜତ ଦେଇ ନଥାନ୍ତି।ଓଡ଼ିଆରେ ସେମାନଙ୍କୁ ୩ଟି ନାମରେ ଜାଣନ୍ତି : ୧- ଘରଭଙ୍ଗା , ୨ – ସକୁନି , ୩ – ମନ୍ଥରା .. !
➡️”ମଣିଷ ତାର ଜୀବନ କାଳ ମଧ୍ୟରେ ସବୁକିଛି ଭୁଲି ଯାଇପାରେ କିନ୍ତୁ ତା ମନରେ କଷ୍ଟ ଦେଇଥିବା ମଣିଷକୁ କେବେ ମଧ୍ୟ ଭୁଲି ପାରେନାହିଁ !
➡️” ଭୁଲ୍ ” ପିଠି ଭଳି ହୋଇଥାଏ .. ଅନ୍ୟମାନଙ୍କର ଦେଖିହୁଏ କିନ୍ତୁ ନିଜର ନୁହେଁ !
➡️”ଜଣେ ମା ଶିକ୍ଷିତ ହଉ କିମ୍ବା ମୂର୍ଖ ହଉ କିନ୍ତୁ ଗୋଟେ ପିଲା ପାଇଁ ମା ଠାରୁ ଭଲ ପଥ ପ୍ରଦର୍ଶକ ଦୁନିଆରେ ଆଉ କେହି ନାହିଁ !
➡️”ସ୍ଵଭାବ ରଖିବାର ଅଛି ତ ସେଇ ଦୀପ ଭଳି ରଖ ଯିଏକି ରାଜା ଘରେ ଯେତିକି ଆଲୋକ ପ୍ରଦାନ କରେ ଗରିବ ଘରେ ବି ଠିକ୍ ସେତିକି ଆଲୋକ ପ୍ରଦାନ କରେ ନା ଅଛି ତାର ଗର୍ବ ନା ତାର ଅଭିମାନ !
➡️”ବିପଦ ତ ପବନ ଭଳି ହୋଇଥାଏ ଯେତେ କବାଟ ବନ୍ଦ କଲେ ମଧ୍ୟ ଭିତରକୁ ମାଡ଼ି ଆସିଥାଏ !
☘️ମହାପୁରୁଷଙ୍କ ବାଣୀ☘️
➡️”ଲୁହ ଗରମ ଅଛି, ଏହାକୁ ଚୋଟ ମାରିଦିଅ ଏବଂ ଏହାକୁ ଧ୍ୟାନରେ ରଖ କାମ କର।” – ବାଲ ଗଙ୍ଗାଧର ତିଲକ !
➡️”ଯିଏ ପ୍ରଶଂସା କରିବା ଜାଣେ, ସେ ଅପମାନିତ କରିବାକୁ ମଧ୍ୟ ଜାଣନ୍ତି।” – ନେପୋଲିଅନ୍ ବୋନାପାର୍ଟ !
➡️”ତୁମେ ଯାହା କରିପାରିବ ତାହା ହେଉଛି ମଣିଷ ହେବା; ତୁମେ ଯାହା କରିବାକୁ ଚାହୁଁଛ ତାହା କରିବା ହେଉଛି ଭଗବାନ ହେବା।” – ନେପୋଲିଅନ୍ ବୋନାପାର୍ଟ !
➡️”ସିଂହ ଦ୍ୱାରା ପରିଚାଳିତ ମେଣ୍ଢା ସୈନ୍ୟ ସର୍ବଦା ମେଣ୍ଢା ଦ୍ୱାରା ପରିଚାଳିତ ସିଂହର ସୈନ୍ୟ ଉପରେ ଜିତିବେ।” – ନେପୋଲିଅନ୍ ବୋନାପାର୍ଟ !
➡️ସମ୍ବିଧାନ କ୍ଷୁଦ୍ର ଏବଂ ଅସ୍ପଷ୍ଟ ହେବା ଉଚିତ୍।” – ନେପୋଲିଅନ୍ ବୋନାପାର୍ଟ !
☘️ ଗୀତା ଉପଦେଶ ☘️
➡️ମୋର ଗୋଟିଏ ଚିରନ୍ତନ ଅଂଶ ଜୀବଲୋକରେ ଜୀବହୋଇ ପ୍ରକୃତିରେ ଅବସ୍ଥିତ ପଞ୍ଚେନ୍ଦ୍ରିୟ ତଥା ଷଷ୍ଠଇନ୍ଦ୍ରୀୟ ମନକୁ ଆକର୍ଷଣ କରେ !
➡️ବାୟୁ ଯେପରି ଗନ୍ଧର ଆସ୍ଥାନ ଫୁଲରୁ ସୁବାସ ନେଇଚାଲିଯାଏ ସେପରି ଜୀବାତ୍ମା ଗୋଟିଏ ଶରୀର ପାଇ ଏ ଦେହ ତ୍ୟାଗକରି ଗଲାବେଳେ ଏସବୁ ଇନ୍ଦ୍ରିୟ ମନ ବୁଦ୍ଧିକୁ ନେଇ ଚାଲିଯାନ୍ତି !
➡️କର୍ଣ୍ଣ ଚକ୍ଷୁ ¸ସ୍ପର୍ଶ ଜୀହ୍ୱା ନାସା ଇତ୍ୟାଦି ଇନ୍ଦ୍ରିୟମାନଙ୍କ ଦ୍ୱାରା ମନ ଉପରେ ଅଧିଷ୍ଠିତ ହୋଇ ଜୀବାତ୍ମା ଇନ୍ଦ୍ରିୟଗ୍ରାହ୍ୟ ବିଷୟ ଉପଭୋଗ କରେ !
➡️ଯେଉଁ ଜୀବାତ୍ମା ଦେହ ତ୍ୟାଗକରି ଚାଲି ଯାଉଥିଲେ ମଧ୍ୟ, ଅନ୍ୟ ଶରୀରରେ ସ୍ଥିତଥିଲେ ମଧ୍ୟ, ଗୁଣଯୁକ୍ତ ହୋଇ ବିଷୟ ଉପଭୋଗ କରୁଥିଲେ ମଧ୍ୟ, ଜୀବାତ୍ମାକୁ ମୂଢଲୋକ ଦେଖିପାରନ୍ତି ନାହିଁ , କେବଳ ଜ୍ଞାନଚକ୍ଷୁ ସମ୍ପନ୍ନ ଜ୍ଞାନୀ ଦେଖିପାରନ୍ତି !

Leave A Reply

Your email address will not be published.