ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଭୟ , ଘରେ ତାଲା ପକାଇ ମାରିଲେ ଛୁ

0 581

ଭୁବନେଶ୍ବର:(ଏସ୍ ଏସ୍ ଏନ୍ )ସରକାରୀ ଯନ୍ତ୍ରିଙ୍କୁ ଭିଜିଲାନ୍ସ ଭୟ ! କାଳେ ଭିଜିଲାନ୍ସ ହାତରେ ଧରା ପଡିଯିବେ ତା ପୂର୍ବରୁ ଘରେ ତାଲା ପକାଇ କେଉଁଆଡେ ପଳାଇଥିବା ଜଣାପଡ଼ିଛି। ସୁଚନା ଯୋଗ୍ୟ ଯେ , ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି  ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର।ଗୁରୁବାର ଦିନ  ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ଜାଗାକୁ ଚଢ଼ଉ ନିମନ୍ତେ ଟିମ୍‌ ପଠାଯାଇଛି। ସେଥିମଧ୍ୟରେ ବାରିପଦାସ୍ଥିତ ମୁର୍ଗାବା଼ଡ଼ିରେ ଦୁର୍ଗାମାଧବଙ୍କ ରହୁଥିବା ଭଡ଼ାଘର, ବାରିପଦାସ୍ଥିତ ତାଙ୍କ ଅଫିସ, ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ ଓ ନୟାଗଡ଼ସ୍ଥିତ ପୈତୃକ ଘର ମଧ୍ୟ ସାମିଲ ଅଛି।ଭିଜିଲାନ୍ସ ଚଢ଼ଉ ସମ୍ପର୍କରେ ଜାଣିପାରି  ଶ୍ରୀ ମିଶ୍ର ଭିଜିଲାନ୍ସ ଭୟରେ  ଗତରାତିରେ ରହୁଥିବା  ଭଡ଼ା ଘରେ ତାଲା ପକାଇ କେଉଁଆଡେ ପଳାଇଥିବା ଜଣାପଡ଼ିଛି। ଫଳରେ ଭିଜିଲାନ୍ସ ଟିମ୍‌ ଅଧିକାରୀ ତାଙ୍କ ଘର ଆଗରେ ଜଗି ରହିଛନ୍ତି।

Leave A Reply

Your email address will not be published.