ବଜ୍ରାପାତରେ ୨ ମୃତ

0 187

ବାଙ୍କୀ,୮/୬(ଏସ ଏସ ନିୟୁଜ)ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଚାଷୀ ମୃତବରଣ କରିଛନ୍ତି।ମୃତ ଚାଷୀ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ମିହିର ମହାପାତ୍ର,ବୟସ ୪୫ ବର୍ଷ।ଆଜି ଅପରାହ୍ନରେ ସେ ବିଲକୁ ଧାନ ବୁଣିବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ।ଫଳରେ ସେ ତଳେ ପଡ଼ିଯାଇଥିଲେ।ଅଚେତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିଭଳି ଭାବେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତର ସେବତୀପୁର ପଶ୍ଚିମପାରି ଗ୍ରାମର ବିଶ୍ୱଜିତ ବିଶ୍ୱାଳ (୨୦)ନାମକ ଯୁବକଙ୍କର ଅପରାହ୍ନ ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଯାଇଛି । ବିଶ୍ୱଜିତ ଘରପାଖରେ ପରିସ୍ରା କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Leave A Reply

Your email address will not be published.