ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ

0 183

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିବଦ୍ଧତା ଦିଗରେ ଆଗାମୀଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକଗ୍ୟାସ(ପିଏନଜି) ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଓଡ଼ିଶାର୧୦ଟି ସିଏନଜି ଷ୍ଟେସନ ସମେତ ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କରିବା ଅବସରରେସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହାସହ ଉତରରପ୍ରଦେଶର ଝାନ୍ସିଂ ଠାରେ ପାଇପ ଯୋଗେପ୍ରାକୃତିକ ଗ୍ୟାସର ଯୋଗାଣର ଶୁଭାରମ୍ଭ ସହ ମହାରାଷ୍ଟ୍ରର ରାଇଗଡ଼ ଠାରେ ମୋବାଇଲ ରିଫ୍ୟୁଲିଂୟୁନିଟ୍‌(ଏମଆରୟୁ)ର ଲୋକାର୍ପଣ କେନ୍ଦ୍ରମନ୍ତ୍ରୀଙ୍କ କରିଛନ୍ତି।ଓଡ଼ିଶାରେ ୧୧ଟି ସିଏନଜି ଷ୍ଟେସନ ତଥା ଖୋର୍ଦ୍ଧା ଜିଲ୍ଲାରେ ୭ଟି ଏବଂ କଟକ ଜିଲ୍ଲାରେ ୪ଟି ସିଏନଜି ଷ୍ଟେସନର ଉଦଘାଟନ ହୋଇଯାଇଛି । ଏହି ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ୨୦୧ ସିଏନଜି ଷ୍ଟେସନର ଲୋକାର୍ପଣସ୍ୱଚ୍ଛ ଇନ୍ଧନ ଦିଗରେ ଆଉ ଏକ ପଦକ୍ଷେପ । ଲୋକାର୍ପିତ ଷ୍ଟେସନକୁ ମିଶାଇଲେ ମୋଟ ଭାରତରେ ୩ ହଜାର ୧୪୨ସିଏନଜି ଷ୍ଟେସନ ରହିଛି । ଆଗାମୀ ଦିନରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ପରିବେଶ ସୁରକ୍ଷିତ ରହିବ ।ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ଇନ୍ଧନ କ୍ଷେତ୍ରରେ ଦେଶର ଆମଦାନୀର ଭାର ହ୍ରାସ ହେବ । ଯୁବ ଉଦ୍ୟମୀଙ୍କଦ୍ୱାରା ନୂଆ ଷ୍ଟାଟ ଅପ୍ ଆରମ୍ଭ ହେବ । ରୋଜଗାର ସୁଯୋଗ ବଢ଼ିବ । ଏକବିଂଶ ଶତବ୍ଦୀରେ ଭାରତ ଆତ୍ମନିର୍ଭରହେବ ।ସମଗ୍ର ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟଘରେ ଘରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ନାଗରିକଙ୍କ ଅଜ୍ ଅଫ୍ ଲିଭିଂକୁ ସୁଗମ କରିବା ପାଇଁ ପ୍ରଚେଷ୍ଟା ଜାରୀ ରହିଛି ।
ଆଜି ଦୁନିଆର ସବୁଠୁ ବଡ ଏଲପିଜି ଉପଭୋକ୍ତା ବେସ୍ ଆମର କମ୍ପାନୀ ପାଖରେ ଅଛି । ଦେଶରେ ଏଲପିଜିଉପଭୋକ୍ତାଙ୍କ ସଂଖ୍ୟା ୩୦ କୋଟିରେ ପହଁଚିଛି । ଦେଶରେ ୧୦୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବା ପାଇଁକାମ ଚାଲିଛି । ନିକଟରେ ବିଶ୍ୱ ପରିବେଶ ଦିବସରେ ଇଥାନଲକୁ ଗତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନୋଟିଇ-୧୦୦ ବିତରଣ ଷ୍ଟେସନ ମଧ୍ୟ ଶୁଭାରମ୍ଭ ହୋଇଛି । ୨୦୨୫ ସୁଦ୍ଧା ପେଟ୍ରୋଲରେ ଇଥାନଲର ଭାଗ ୨୦ପ୍ରତିଶତ ମିଶ୍ରଣ କରାଯିବାର ଯୋଜନା ରହିଛି । ଗୁଜୁରାଟରେ ପ୍ରଥମ ହାଇଡ୍ରୋଜେନ ବିତରଣ ଷ୍ଟେସନରଖୋଲାଯିବାର ଯୋଜନା ହୋଇଛି । ଯାନବାହାନରେ ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନଉପଲବ୍ଧ କରାଯାଇଛି ।କାର୍ବନ ଫୁଟ୍ ପ୍ରିଂଟ୍ ହ୍ରାସ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର କାର‌୍ୟ୍ୟ ଓ ପ୍ରତିବଦ୍ଧତା ପାଇଁ ବିଶ୍ୱରେ ଭାରତର ସମ୍ମାନ ବଢିଛି । ଏହା ବ୍ୟବସାୟିକ ନୁହେଁ । ବିକଶିତ ଅର୍ଥନୀତିରେ ଯିବାର ନୁହେଁ ବରଂ ଏହା ଦେଶରନାଗରିକଙ୍କୁ ସୁବିଧା ଦେବା ପାଇଁ ଉଦ୍ୟମ । କୌଣସି ପ୍ରକାର ଏନର୍ଜି ହେଉ ସେହି ସର୍ଭିସ୍‌କୁ ଡୋର ଷ୍ଟେପରେପହଁଚାଯାଇ ପାରୁଛି । ଏଣିକି ନାଗରିକମାନଙ୍କୁ ଇନ୍ଧନ ଗାଡିରେ ପକାଇବା ପାଇଁ କୌଣସି ସମୟ ଲାଗିବ ନାହିଁ ।ସେମାନେ ଡ଼ିଜିଟାଲ ପ୍ଲାଟଫର୍ମରେ କାରବାର କରିବା ସହ ଘରେ ବସି ଗାଡିରେ ଇନ୍ଧନ ପକାଇ ପାରିବେ । ଏହିଭଳିଆଧିୁନିକ ସମୟରେ ଉପନୀତ ହୋଇଛେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.