ବଦଳିଲା ଭୁବନେଶ୍ୱରରେ ଟିକା ନେବା ସମୟ

0 299

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ବଦଳିଛି ରାଜଧାନୀ ଭୁବନେଶ୍ୱରରେ ଟିକା ସମୟ ।ଟିକାନେବା ସମୟ ବଦଳିବା ନେଇ କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ସକାଳେ କେବଳ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ୍ ଦିଆଯିବ। ତେବେ ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ଚାଲୁ ରହିଛି। ଆସନ୍ତା ସୋମବାର ସୁଦ୍ଧା ଡିଉ ଥିବା ଦ୍ୱିତୀୟ ଡୋଜ୍ ଟିକାକରଣ ସରିଯିବ। ଏହାପରେ ବାକିଥିବା ୧୮-୪୪ ବର୍ଗଙ୍କ ପ୍ରଥମ ଡୋଜ୍ ଟିକା ଆରମ୍ଭ ହେବ। ସକାଳ ସମୟରେ ଯୁବ ବର୍ଗଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯିବ। ଅପରାହ୍ନରେ ୧୮-୪୪ ଓ ୪୫ରୁ ଊର୍ଦ୍ଧ୍ୱଙ୍କୁ ୨ୟ ଡୋଜ୍ ଟିକା ଦିଆଯିବ।

Leave A Reply

Your email address will not be published.