ପୁଣି ଫଟୋ ହେଲା ଭାଇରାଲ

0 291

ଭୁବନେଶ୍ୱର.୨୧/୧୨(ଏସ୍ଏସ୍ ନିଉଜ)ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବାବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଉଥିବାର ଫଟୋ ଏବେ ଭାଇରାଲ ହେଉଛି ।ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ଭାର ପ୍ରଶ୍ନ ଉଠୁଥିବାବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଭାଇରାଲ ହୋଇଥିବା ଫଟୋରେ ଯୁବକ ଜଣକ ଶ୍ରୀମନ୍ଦିରର ଚାହାଣିମଣ୍ଡପ ଉପରେ ଛିଡାହୋଇ କଥାହେଉଛନ୍ତି । ତେବେ ଫଟୋରେ କଥାହେଉଥିବା ଯୁବକ ଜଣଙ୍କ କିଏ ଓ ତାଙ୍କ ଫଟୋ କିଏ ଓ କେତେବେଳେ ଉଠାଇଲା ସେନେଇ ମନ୍ଦିରର ସୁରକ୍ଷାକର୍ମିଙ୍କ ପାଖରେ କୈ।ଣସି ସୁଚନା ନଥିବାର ଜଣା ପଡିଛି ।

Leave A Reply

Your email address will not be published.