ପଂଚାୟତପ୍ରିମିୟମ୍ ଲିଗ୍ ଉଦଯାପିତ

0 329

ଡେଲାଙ୍ଗ ,୨୨/୧୨(ଏସ୍ଏସ୍ ନିଉଜ) କଲ୍ୟାଣପୁର ହାଇସ୍କୁଲ ଖେଳପଡିଆରେ ଚାଲିଥିବା ପଂଚାୟତକ୍ରିକେଟ ପ୍ରିମିୟମ୍ ଲିଗ୍-୨୦୧୯ ଶନିବାରଦିନ ଉଦଯାପିତ ହୋଇଯାଇଛି । ଫାଇନାଲମ୍ୟାଚରେ ଡବଲଲାଇନ୍ସ ସହ ଫ୍ଲାଇଙ୍ଗ ଡଲଫିନ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ଫାଇନାଲ ଟୁର୍ଣାମେଂଟରେ ପ୍ରଥମେ ଫ୍ଲାଇଙ୍ଗ ଡଲଫିନ ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ।ନିର୍ଦ୍ଧାରିତ ୧୧ଓଭର୩ଟିବଲରେ ୧୦ ଉଇକେଟ ହରାଇ ୫୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଡବଲଲାଇନ୍ସ ଦଳ୧୧ଓଭର୪ଟିବଲରେ ୯ ଉଇକେଟ ହରାଇ ୫୪ରନ୍ ସଂଗ୍ରହ କରି ବିଜୟଲାଭ କରିଥିଲା । ଏହି ମ୍ୟାଚରେ କମଳାକାନ୍ତମହାପାତ୍ର ମ୍ୟାନ୍ଅଫ୍ଦିମ୍ୟାଚ୍ ହୋଇଥିବାବେଳେ ରବିନାରୟଣପ୍ରଧାନ ବେଷ୍ଟକ୍ୟାଚଅଫ୍ ଦିମ୍ୟାଚ୍ ବୋଲି ବିବେଚିତ ହୋଇଥିଲେ ।ଏହି ଟୁର୍ଣାମେଂଟର ଫାଇନାଲ ମ୍ୟାଚକୁ ଗଣେଶସ୍ୱାଇଁ ଓ ଶରତକୁମାରପ୍ରଧାନ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀସଭାରେ ଜମ୍ବେଶ୍ୱରମୁଦୁଲି ,ଶତୃଘ୍ନଜେନା. ପ୍ରବୀରମହାପାତ୍ର, ମନୋରଞନଜେନା ପ୍ରମୁଖ ଅତିଥିଭାବେ ଯୋଗଦନାକରି ବିଜୟୀଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

Leave A Reply

Your email address will not be published.