ଆଠଗଡ଼ରେ ଆଦର୍ଶ କାରାଗାର ଉଦଘାଟିତ

0 173

ଆଠଗଡ଼,୨୫/୬(ଏସଏସନିୟୁଜ) ଏକାଧିକ ସୁବିଧା ରହିଥିବା ସ୍ୱତନ୍ତ୍ର କାରାଗାରକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ କର୍ପୋରେସନ ଦ୍ୱାରା ଆଠଗଡ଼ରେ ନିର୍ମିତ ଏହି ସ୍ୱତନ୍ତ୍ର କାରାଗାରରେ ୫୦୦ କଏଦୀ ରହିବାର ବ୍ୟବସ୍ଥା ରହିଥିବାବେଳେ ୧୨ଟି ସ୍ୱତନ୍ତ୍ର ସେଲ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ପାଇଁ ରହିଛି । ପ୍ରଶାସନିକ ଭବନ, ବିଦ୍ୟାଳୟ ଭବନ, ହସ୍ପିଟାଲ, ଡାଇନିଂ ହଲ, ରୋଷେଇ କମ୍ପେ୍ଲକ୍ସ, ପୁରୁଷ କଏଦୀ ଏବଂ ମହିଳା କଏଦୀଙ୍କ ପାଇଁ ଅଲଗା ଡାଇନିଂ ହଲ, ରୋଷେଇ କମ୍ପେ୍ଲକ୍ସ, ଶୌଚାଳୟ ଆଦି ସୁବିଧାମାନ ରହିଛି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କମଧ୍ୟରେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗଦେଇଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ

Leave A Reply

Your email address will not be published.