କରୋନା ରୋଗୀଙ୍କ ନୂଆ ଲକ୍ଷଣ

ସକାଳର ଖବର,୩୦-ଜୁନ-୨୦୨୧,ବୁଧବାର

0 581

➡️୧-ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ।
➡️୨-ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ ।
➡️୩-ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ।
➡️୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ ବଡ ସଙ୍କେତ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
➡️୫-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ ।
➡️୬-ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକ ।
➡️୭-ଦେଶରେ ଗତ ୮ ଦିନରେ ୪ କୋଟି ୬୧ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।
➡️୮-ଓ୍ଵାନ୍‌ ନେସନ୍‌, ଓ୍ଵାନ୍‌ ରାସନ୍‌କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ, ୩୧ ଜୁଲାଇ ମଧ୍ୟରେ ଲାଗୁ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ।
➡️୯-ଭାରତକୁ ୪.୧ କୋଟି ଡଲାରର ଅତିରିକ୍ତ ସହାୟତା କରିବ ଆମେରିକା, କରୋନା ମୁକାବିଲାରେ ହେବ ସହାୟକ ।
➡️୧୦-କୋରାପୁଟରେ ଆରମ୍ଭ ହୋଇଛି ପଣସ ମଞିରୁ ଅଟା ପ୍ରସ୍ତତି । ପ୍ରଥମ ପର୍ଯ୍ୟାୟରେ ଏକ ଟନରୁ ଅଧିକା ମଞିରୁ ଅଟା ପ୍ରସ୍ତତି ଲକ୍ଷ୍ୟ । ୧୨ଟି ବ୍ଳକରୁ କରାଯାଉଛି ପଣସ ମଞି ସଂଗ୍ରହ ।
➡️୧୧-କରୋନା ରୋଗୀଙ୍କ ମଧ୍ୟରେ ଦେଖାଦେଲା ନୂଆ ଲକ୍ଷଣ: ମଳଦ୍ୱାରରୁ ହେଉଛି ରକ୍ତସ୍ରାବ, ସତର୍କ କଲେ ଡାକ୍ତର ।
➡️୧୨-ଜୁଲାଇ ୧୯ରେ ହୋଇପାରେ ମୌସୁମୀ ଅଧିବେଶନ, ସାଂସଦଙ୍କୁ ନେବାକୁ ପଡ଼ିବ ଦୁଇଟି ଡୋଜ୍ ଟିକା । ।
➡️୧୩-ଭାରତର ଭୁଲ୍ ମାନଚିତ୍ର ଦେଖାଇ ଅଡୁଆରେ ଟ୍ବିଟର : ଏମଡି ମନୀଷ ମହେଶ୍ୱରୀଙ୍କ ବିରୋଧରେ ହେଲା ମାମଲା
ରୁଜୁ ।
➡️୧୪-ଜରୁରୀ କାଳିନୀ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଡିସିଜିଆଇ ର ମଞ୍ଜୁରୀ ।
➡️୧୫-କରୋନାରେ ମଲେ ପରିବାର ଲୋକଙ୍କୁ ମିଳିବ ଚାରି ଲକ୍ଷ, ଘୋଷଣା କଲେ ବିହାର ରାଜ୍ୟ ସରକାର ।
➡️୧୬-ପଞ୍ଜାବ ରେ ୧୦ ଜୁଲାଇ ଯାଏ ବଢ଼ିଲା ଲକଡାଉନ୍ ।
➡️୧୭-ଜାମ୍ମୁ ଡ୍ରୋନ୍ ହମଲା ପରେ ପିଏମ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, ଗୃହମନ୍ତ୍ରୀ ଅମିତ ଶାହ ଓ ଅଜିତ ଡୋଭାଲଙ୍କ ସହ ରାଜନାଥ ସିଂହ ଥିଲେ ଉପସ୍ଥିତ । ଦେଶର ସୁରକ୍ଷା ଓ ନୀତି ଆଧାରିତ ପ୍ରସଙ୍ଗରେ ହେଲା ଆଲୋଚନା ।
➡️୧୮-ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ ୟୁଏଇ ଏବଂ ଓମାନରେ ଖେଳାଯିବ ।
➡️୧୯-ବର୍ଷ ୨୦୨୧ ଜାତୀୟସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୩ ଜଣ ପ୍ରତିଭାଙ୍କ ନାମ ସୁପାରିସ । ସେମାନେ ହେଲେ ଦୂତୀ ଚାନ୍ଦ, ବୀରେନ୍ଦ୍ର ଲାକ୍ରା ଓ କୋଚ କାଳୁଙ୍କ ।
➡️୨୦-ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ସ୍ଥାନ ପାଇଲେ ମିଥାଲି ।
ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.