ବିଳମ୍ବ ହେବ ଗର୍ଭବତୀଙ୍କୁ ଟିକାକରଣ

0 245

ଭୁବନେଶ୍ୱର,୩/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବ । ଗର୍ଭବତୀଙ୍କ ଟିକାକରଣ ଟ୍ରେନିଂ ପରେ ସେମାନଙ୍କୁ ଦିଆଯିବ ଟିକା । ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ର ଖୁବଶୀଘ୍ର ଓରିଏଣ୍ଟେସନ କାର‌୍ୟ୍ୟକ୍ରମ କରିବ । କେନ୍ଦ୍ର ସାରିଲେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏନେଇ ତାଲିମ ଦିଆଯିବ.ା କେନ୍ଦ୍ର ମାର୍ଗଦର୍ଶିକା ଆସି ସାରିଥିଲେ ବି କର୍ମଶାଳାକୁ ଅପେକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ।

Leave A Reply

Your email address will not be published.