ଉତେଜନାପାଇଁ ବନ୍ଦ ରହିଲା ଟୀକା କରଣ

0 172

ସାକ୍ଷୀଗୋପାଳ,୩/୭(ଏସଏସନିୟୁଜ)ଟିକାଗ୍ରହଣ କେନ୍ଦ୍ରରେ ହୋହାହ୍ଲା ।ଦ୍ୱିତୀୟ ଡୋଜଟିକା ନେବାକୁ ନେଇ ଆରମ୍ଭ ହୋଇଥିଲା ଉତେଜନା । ବ୍ଲକ ପ୍ରଶାସନ ଓ ସ୍ଥାନୀୟ ପୋଲିସ ଆସି ଉତ୍ୟକ୍ତଲୋକମାନଙ୍କୁ ବୁଝାସୁଜା କରିବାପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ ।ଏହିଭଳିଘଟଣା ଜାଗେଶ୍ୱରୀ ବିଦ୍ୟାପୀଠରେ ହୋଇଥିବା କୋଭିଡ ଟୀକାକରଣକେନ୍ଦ୍ରରେ ଦେଖିବାକୁ ମିଳିଛି ।ସତ୍ୟବାଦୀ ବ୍ଳକ ପକ୍ଷରୁ ଜାଗେଶ୍ୱରୀ ବିଦ୍ୟାପୀଠରେ କୋଭିଡ ଟୀକା କରଣ ଚାଲିଥିବାବେଳେ ଦ୍ୱିତୀୟ ଡୋଜ ଟିକାନେବାପାଇଁ ଲୋକମାନେ ଆସି ହୋହାହ୍ଲା ଆରମ୍ଭ କରିବାସହ ପ୍ରଥମ ଡୋଜ ନେବାର ୯୦ ଦିନରୁ ୧୨୦ ଦିନ ହୋଇଗଲାଣି ଆମକୁ ଟୀକା ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ ।ଏପରିକି ସାମାଜିକ ଦୁରତା ମଧ୍ୟ ଭୁଲିଯାଇଥିଲେ ।ଧିରେଧିରେ ଉତେଜନା ବୃଦ୍ଧିପାଉଥିବାବେଳେ ବ୍ଲକପ୍ରଶାସନ ଓ ସ୍ଥାନୀୟପୋଲିସ ଆସି ଟୀକା କରଣକୁ ସ୍ଥଗିତ ରଖିବାସହ ଉତେଜିତ ଲୋକମାନଙ୍କ କବଳରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.