ଗାଁ ଦାଣ୍ଡରେ ଆକ୍ରମଣ

0 288

ଡେଲାଙ୍ଗ,୩/୭(ଏସଏସନିୟୁଜ) ଗାଁ ଦାଣ୍ଡରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲେ । ମହିଳାମାନଙ୍କୁ ଦୁର୍ବ୍ୟବହାରସହ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରିବାକୁ ପଛାଇନଥିଲେ ।ଏହିଭଳି ଘଟଣା ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ଗ୍ରାମ ଦାଣ୍ଡରେ ଦେଖିବାକୁ ମିଳିଛି
ପ୍ରକାସ ଯେ, ଏହିଥାନା ଅନ୍ତର୍ଗତ ହୁମର ଗ୍ରାମର ତପନ ସ୍ୱାଇଁ , ତନ୍ମୟ ବିଶ୍ୱାଳ ଓ ମନୋଜ ସ୍ୱାଇଁ ଶୁକ୍ରବାର ସଂଧ୍ୟାରେ ସହଯୋଗୀମାନଙ୍କ ସହ ହଠାତ୍ ଡଁପୁର ଗ୍ରାମରେ ପହଞô୍ଚ ଗାଁ ଦାଣ୍ଡରେ ବଡ ପାଟିରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରହଲ୍ଲାଦ ଦଳେଇ ଓ ଅନ୍ୟ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମହିଳାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ବଚସା ଉଗ୍ରରୂପ ଧାରଣ କରିଥିଲା । ହଠାତ୍ ଯୁବକ ମାନେ ପ୍ରତିମା ବରାଳ, ପରମାନନ୍ଦ ବରାଳ ଓ ପ୍ରହଲ୍ଲାଦ ଦଳେଇଙ୍କୁ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରିଥିବାନଇ ପ୍ରତିମା ବରାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ଥାନାପୋଲିସ ଆହତମାନଙ୍କୁ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବାସହ ୧୫୯/୨୧ରେକେଶନଂରେ ଏକ ମକଦ୍ଦମାରୁଜୁକରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.