ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

0 203

ଭୁବନେଶ୍ୱର,୫/୭(ଏସଏସନିୟୁଜ) ଭୀମଟାଙ୍କୀ ଫେଜ୍-୧ରେ ଏକ ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ କୁ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ ।ଏହାସହ ଘରେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ମୃତକଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ସାହୁ ଓ ତାଙ୍କର ୩ବର୍ଷ ପୁଅଟି ରହିଛି । ମହିଳାଜଣଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଏପର‌୍ୟ୍ୟନ୍ତ ଜଣାପଡ଼ିନାହିଁ । ତେବେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସାହ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଭୀମଟାଙ୍ଗି ପ୍ଲଟ୍ ଏ/ଏଲ୍-୧ରେ ଯାଜପୁର ଜିଲ୍ଲା ଧର୍ମଶାଳାର ରାକେଶ ସାହୁ ଓ ପ୍ରିୟଦର୍ଶିନୀ ପ୍ରାୟ ୫ ବର୍ଷ ଧରି ଭଡ଼ାରେ ରହୁଥିଲେ ।ସେମାନଙ୍କର ୩ବର୍ଷ ପୁଅଟି ରହିଥିବାବେଳେ ରାକେଶ ଏକ ପ୍ରାଇଭେଟ୍ କମ୍ପାନିରେ ଚାକିରି କରିଛନ୍ତି ।

Leave A Reply

Your email address will not be published.