ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

0 177

ବାଲିପାଟଣା,୫/୭(ଏସଏସନିୟୁଜ) ବାରମ୍ବାର ମରାମତି ପରେ ମଧ୍ୟ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଟ୍ରାନ୍ସଫର୍ମରରେ ତ୍ରୁଟି ଦେଖାଯାଉଥିବାରୁ ଉପଭୋକ୍ତାମାନେ ହଇରାଣ ହେଉଥିଲେ ।ନୁଆ ଟ୍ରାନ୍ସଫର୍ମର ବସିବାକୁ କୁହାଯାଇଥିଲେ ମଧ୍ୟ ସମୟାନୁସାରେ ନବସିବାରୁ ଉପଭୋକ୍ତାମାନେ ଉତ୍ୟକ୍ତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ।ଏହିଭଳି ଚିତ୍ର ଆଜି ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଗୁଆପୁର ସାତ ବିଶୁଆ ଗ୍ରାମରେ ୮ ଦିନ ହେବ ବସିଥିବା ୨୫ କେଭି ଟ୍ରାନ୍ସଫର୍ମରରେ ତ୍ରୁଟି ଦେଖା ଯାଇଥିଲା ।କର୍ମଚାରୀମାନେ ମରାମତି ପରେ ମଧ୍ୟ ସୁଧାର ଆସିନଥିଲା ।ନୁଆ ଟ୍ରାନ୍ସଫର୍ମର ବସିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ବସିନଥିଲା ।ଫଳରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ତେବେ ଵିଭାଗୀୟ ଯନ୍ତ୍ରୀ ଆସନ୍ତା କାଲି ଟ୍ରାନ୍ସଫର୍ମର ବସିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି

Leave A Reply

Your email address will not be published.